Advertisement
Article Detail0/zeeodisha/odisha703742
Zee OdishaBhubneshwarରାଜ୍ୟରେ ୨୨ ଜିଲାରୁ ୨୦୬ ମାମଲା, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ରାଜ୍ୟରେ ୨୨ ଜିଲାରୁ ୨୦୬ ମାମଲା, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୨୦୬ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୭୦୬୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ ୧୯୨ଜଣ କ୍ୱାରେଣ୍ଟାଇନରେ ଥିଲେ। ୧୪ ଜଣ ସଂକ୍ରମିତ ସ୍ଥାନୀୟ ଅଞ୍ଚଳର ବୋ

ରାଜ୍ୟରେ ୨୨ ଜିଲାରୁ ୨୦୬ ମାମଲା, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ଭୁବନେଶ୍ୱର: ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୨୦୬ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୭୦୬୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ ୧୯୨ଜଣ କ୍ୱାରେଣ୍ଟାଇନରେ ଥିଲେ। ୧୪ ଜଣ ସଂକ୍ରମିତ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ରହିଛି । 

ସେପଟେ କୋରୋନାରେ ରାଜ୍ୟରେ ଆଉ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ମୃତକ ଦ୍ୱୟ ଗଞ୍ଜାମର ଦୁଇ ମହିଳା ବୋଲି ସୂଚନା ରହିଛି। ଜଣେ ୪୮ ବର୍ଷ ବୟସ୍କା ହୋଇଥିବା ବେଳେ ଅନ୍ୟ ଜଣେ ୩୯ ବର୍ଷର ବୋଲି ସୂଚନା ରହିଛି। ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୫ ଛୁଇଁଛି। 

ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୯୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨୦୮୭ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୨୦୩ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। ତେବେ କୋରୋନାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୫ରେ ପହଞ୍ଚିଛି। 

Add Zee News as a Preferred Source

ସେପଟେ ୨୨ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ମାଲକାନଗିରି ଜିଲ୍ଲାରୁ ଆସିଛି। ଏହି ଜିଲ୍ଲାରୁ ମୋଟ ୩୬ ଜଣ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ମିଳିଛି। ସେହିପରି ଅନୁଗୋଳ ଓ କେନ୍ଦୁଝରରୁ ୬, ବାଲେଶ୍ୱରରୁ ୫, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଓ ସମ୍ବଲପୁରରୁ ୪ ଜଣ, ବଲାଙ୍ଗୀରରୁ ୧୬ ଜଣ, ବୌଦ୍ଧ, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏ, କଟକରୁ ୧୭ ଜଣ, ଦେବଗଡ଼ରୁ ୧୫ ଜଣ, ଗଞ୍ଜାମ ଓ ଝାରସୁଗୁଡ଼ାରୁ ୩ ଜଣ, ଜଗତସିଂହପୁରରୁ ୧୭, ଯାଜପୁରରୁ ୨୮ ଜଣ, ଖୋର୍ଦ୍ଦା ଓ ମୟୂରଭଞ୍ଜରୁ ୭ ଜଣ, କୋରାପୁଟ ରୁ ୧୮ ଜଣ ଓ ସୁନ୍ଦରଗଡ଼ରୁ ଦୁଇ ଜଣ ବୋଲି ସୂଚନା ରହିଛି। 

About the Author