ପୁଣି ୨୬ ନୂଆ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି
Advertisement
Article Detail0/zeeodisha/odisha678097

ପୁଣି ୨୬ ନୂଆ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି

 ଗଞ୍ଜାମରୁ ୧୯ଟି ମାମଲା ଚିହ୍ନଟ ହୋଇଛି । ସେହିପରି କେନ୍ଦ୍ରାପଡ଼ାରୁ ୫ ଓ ଭଦ୍ରକକରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ପୁଣି ୨୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି । ଆଜି ଆସିଥିବା ନୂଆ ମାମଲା ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ରହିଛନ୍ତି । ଗଞ୍ଜାମରୁ ୧୯ଟି ମାମଲା ଚିହ୍ନଟ ହୋଇଛି । ସେହିପରି କେନ୍ଦ୍ରାପଡ଼ାରୁ ୫ ଓ ଭଦ୍ରକକରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ତେବେ ନୂଆ ମାମଲାକୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି । ସମସ୍ତେ ଚିକିତ୍ସାଧିନ ଅଛନ୍ତି । ସେହିପରି କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେଲେଣି । ଅନ୍ୟପଟେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କ ଚିକିତ୍ସା ଜାରି ରହିଛି । 

ଏବେ ନଜର ପକାଇବା ରାଜ୍ୟର ଡ୍ୟାସବୋର୍ଡ ଉପରେ । ରାଜ୍ୟରେ ଏପର୍ଯ୍ୟନ୍ତ ୨୪୫ ମାମଲା ଚିହ୍ନଟ ହେଲେଣି । ସେମାନଙ୍କ ମଧ୍ୟରୁ ୬୨ ଜଣ ସୁସ୍ଥ ହୋଇଛନ୍ତି । ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇସାରିଛି । ଅର୍ଥାତ ଏବେ ୧୮୧ ଜଣଙ୍କ ଚିକିତ୍ସା ଚାଲିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୧୯୩ ପୁରୁଷ ଏବଂ ୫୨ ମହିଳା ରହିଛନ୍ତି । ୧୫ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ୧୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୪୧ରୁ ୬୦ ବର୍ଷ ମଧ୍ୟରେ ୭୩ ଜଣ, ୬୦ରୁ ଉର୍ଦ୍ଧ୍ୱ ବୟସର ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪ ବର୍ଷ ଭିତରେ ୧୩ ଜଣ ଆକ୍ରାନ୍ତ ରହିଛନ୍ତି । 

ଏବେ ନଜର ପକାଇବା ଜିଲ୍ଲାଗୁଡ଼ିକର ସ୍ଥିତି ଉପରେ । ରାଜ୍ୟରେ ସର୍ବାଧିକ କୋରୋନା ଆକ୍ରାନ୍ତ ଯାଜପୁରରେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏହି ସଂଖ୍ୟା ୫୫ ରହିଛି । ଦ୍ୱିତୀୟରେ ଖୋର୍ଦ୍ଧା(୫୦) ଓ ତୃତୀୟରେ ଗଞ୍ଜାମ(୪୭) ରହିଛି । ସେହିପରି ବାଲେଶ୍ୱରରେ ୨୭, ଭଦ୍ରକରେ ୨୩, ସୁନ୍ଦରଗଡ଼ରେ ୧୨, କେନ୍ଦ୍ରାପଡ଼ାରେ ୮, ଜଗତସିଂହପୁରରେ ୫, ମୟୁରଭଞ୍ଜରେ ୪ ଜଣ ଚିହ୍ନଟ ହୋଇଛନ୍ତି । କଟକ, କେନ୍ଦୁଝର, ଝାରସୁଗୁଡ଼ା, ବଲାଙ୍ଗୀର ଓ କଳାହାଣ୍ଡିରେ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରାପୁଟ, ଦେବଗଡ଼, ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

;