Trending Photos
)
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୨୮୨ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୫,୭୫୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ ୨୫୬ ଜଣ କ୍ୱାରେଣ୍ଟାଇନରେ ଥିଲେ। ୨୬ଟି ସ୍ଥାନୀୟ ମାମଲା ରହିଛି।
ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୯୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୭୪୦ ଜଣ ଚିକିତ୍ସାଧୀନ ରହିଛନ୍ତି। ୧୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୧୨୫ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛନ୍ତି।
ତେବେ ମିଳିଥିବା ସୂଚନା ମୁତାବକ ନୂଆ ମାମଲା ମଧ୍ୟରୁ ସର୍ବାଧିକ ମାମଲା ଗଜପତି ଜିଲ୍ଲାରୁ ଆସିଥିବା ସୂଚନା ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୭୬ ଜଣ ରହିଛନ୍ତି। ଗଞ୍ଜାମରୁ ୭୫ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଖୋର୍ଦ୍ଧାରୁ ୨୬, ଝାରସୁଗୁଡ଼ାରୁ ୨୩, ବାଲେଶ୍ୱରରୁ ୩, କଟକରୁ ୪, ଯାଜପୁର ଓ ମୟୂରଭଞ୍ଜରୁ ୬, ପୁରୀରୁ ୯, ଅନୁଗୋଲ, ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ ଓ ନୟାଗଡ଼ରୁ ଗୋଟିଏ ଲେଖାଏଁ, ଜଗତସିଂହପୁରରୁ୧୧ଟି, କନ୍ଧମାଳରୁ ୧୭ଟି, ସମ୍ବଲପୁରରୁ ୧୩ଟି ଓ ୮ ଜଣ ଏନଡିଆରଏଫ ସଦସ୍ୟ କୋରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।