Advertisement
Article Detail0/zeeodisha/odisha677918
Zee OdishaBhubneshwarଗୋଟିଏ ଦିନରେ ୨୪ ଆକ୍ରାନ୍ତ, ଗଞ୍ଜାମରୁ ସର୍ବାଧିକ

ଗୋଟିଏ ଦିନରେ ୨୪ ଆକ୍ରାନ୍ତ, ଗଞ୍ଜାମରୁ ସର୍ବାଧିକ

ଗଞ୍ଜାମରୁ ୧୭, ବାଲେଶ୍ୱରରୁ ୨

ଗୋଟିଏ ଦିନରେ ୨୪ ଆକ୍ରାନ୍ତ, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ପୂର୍ବ ରେକର୍ଡ ଭାଙ୍ଗିଲା କୋରୋନା। ଗୋଟିଏ ଦିନରେ ସର୍ବାଧିକ ୨୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଆଉ ୩ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ ଛୁଇଁଛି। ଏହି ୩ଟି ନୂଆ ମାମଲା ମଧ୍ୟରୁ ଗୋଟିଏ ଜଗତସିଂହପୁରରୁ ସାମ୍ନାକୁ ଆସିଥିବା ବେଳେ ଅନ୍ୟ ଦୁଇଟି ବାଲେଶ୍ୱର ଜିଲାରୁ ଆସିଛି। 

ସୂଚନା ଯୋଗ୍ୟ ଗତକାଲି ଜଗତସିଂହପୁରର ନାଉଗାଁ ଅଞ୍ଚଳରୁ ୪ଟି ମାମଲା ସାମ୍ନାକୁ ଆସିଛି। ଆଜିର ଏହି ମାମଲାକୁ ମିଶାଇ ମୋଟ ୫ଟି ମାମଲା ଜିଲ୍ଲାରେ ରହିଛି। ଏ ସମସ୍ତ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି। ଏହା ସହିତ ଜିଲ୍ଲା ଅରେଞ୍ଜ ଜୋନରେ ରହିଛି। ପୂର୍ବରୁ ଗୋଟିଏ ବି ଆକ୍ରାନ୍ତ ମିଳିନଥିବା ବେଳେ ଦୁଇ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁଛି। ଫଳରେ ଜିଲ୍ଲାରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଆଜି ସାମ୍ନାକୁ ଆସିଥିବା ଆକ୍ରାନ୍ତ ଜଣକଙ୍କ ବୟସ ୭୦ ହୋଇଥିବା ବେଳେ ସେ ନିକଟରେ ପଶ୍ଚିବଙ୍ଗରୁ ଫେରିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କର ବିଭାଗ ସୂଚନା ଦେଇଛି। 

ଅନୁରୂପ ଭାବେ ବାଲେଶ୍ୱରେ ମଧ୍ୟ ଧୀରେଧୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ପୁଣିଥରେ ବାଲେଶ୍ୱରରୁ ୨ଟି ମାମଲା ସାମ୍ନାକୁ ଆସିଛି। ଉଭୟେ ନିକଟରୁ ସୁରତରୁ ଫେରିଥିଲେ। ଦୁଇ ଜଣଙ୍କ ମଧ୍ୟରୁ ଜଣକର ବୟସ ୨୬ ହୋଇଥିବା ବେଳେ ଅନ୍ୟଜଣଙ୍କୁ ୨୯ ବର୍ଷ ରହିଛି ବୋଲି ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ତେବେ ସେମାନେ ସୁରତରୁ ଫେରିବା ପରେ କ୍ୱାରେଣ୍ଟାଇନରେ ରହିଥିଲେ। ଆଜି ସେମାନଙ୍କ କୋରୋନା ପଜିଟିଭି ଆସିଥିବା ନେଇ ବିଭାଗ ସୂଚନା ଦେଇଛି। ଏହା ସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। 

Add Zee News as a Preferred Source

ସୂଚନା ଆଜି ଗୋଟିଏ ଦିନରେ ମୋଟ ୨୪ ସର୍ବାଧିକ ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରୁ ସର୍ବାଧିକ ୧୭ ଜଣ ଗଞ୍ଜାମ ଜିଲ୍ଲାରୁ ବାହାରିଛନ୍ତି।  ସେମାନଙ୍କ ମଧ୍ୟରୁ ଜଣେ ମହିଳା ରହିଥିବା ବେଳେ ଅନ୍ୟ ସମସ୍ତେ ପୁରୁଷ ରହିଛନ୍ତି।  ଏମାନଙ୍କ ସହିତ ରାଜ୍ୟରେ ମୋଟ ୨୦୯ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ମୟୂରଭଞ୍ଜରୁ ମଧ୍ୟ ଆଜି ୩ ଜଣ ଆକ୍ରାନ୍ତ ରହିଥିବା ନେଇ ବିଭାଗ ସୂଚନା ଦେଇଛି। ତେବେ ରାଜ୍ୟରେ ୧୪୫ ଜଣ ଚିକିତ୍ସାଧିନ ଥିବା ବେଳେ ୬୨ ଜଣ ସୁସ୍ଥ ହୋଇଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ଖୋର୍ଦ୍ଦାର ରହିଛନ୍ତି। 

About the Author