• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /କଟକରେ ଦ୍ୱିତୀୟ କୋରୋନା, ରାଜ୍ୟରେ ୧୭୨ ଛୁଇଁଲା

କଟକରେ ଦ୍ୱିତୀୟ କୋରୋନା, ରାଜ୍ୟରେ ୧୭୨ ଛୁଇଁଲା

ରାଜ୍ୟରେ ମାଡ଼ୁଛି କୋରୋନା

Edited By:Zee Odisha Desk
Published: May 05, 2020, 06:06 PM IST|Updated: May 05, 2020, 06:06 PM IST
joinshare
କଟକରେ ଦ୍ୱିତୀୟ କୋରୋନା, ରାଜ୍ୟରେ ୧୭୨ ଛୁଇଁଲା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    President, PM’s Odisha Visit: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସୁରକ୍

    President, PM’s Odisha Visit: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସୁରକ୍

    President41 min ago
    2

    Weather Report: ୧୭ଟି ରାଜ୍ୟରେ ଧୂଳିଝଡ଼ ସହ ପ୍ରବଳ ବର୍ଷା ସତର୍କତା, ଆଇଏମଡି ଜାରି କଲା ଆଲର୍ଟ

    weather report1 hr ago
    3

    ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

    Lt Gen Dheeraj Seth1 hr ago
    4

    ୮ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜରପଡ଼ା ଥାନା ଏଏସଆଇ

    Odisha vigilance2 hrs ago
    5

    Top 10 News Headlines: ପରବର୍ତ୍ତୀ ସ୍ଥଳସେନା ମୁଖ୍ୟଙ୍କ ନାଁ ଘୋଷଣା କଲେ କେନ୍ଦ୍ର ସରକାର ଓ ଅନ୍

    Top 10 News Headlines2 hrs ago

    ନୂଆଦିଲ୍ଲୀ: ଆଜି ରାଜ୍ୟରେ ପୁଣି ୩ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ଜଣେ କଟକର ହୋଇଥିବା ବେଳେ  ଦୁଇ ଜଣ ବାଲେଶ୍ୱର ଅଞ୍ଚଳର। କଟକରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ନିକଟରେ ସୁରତରୁ ଫେରିଥିବା ଜଣାପଡ଼ିଛି। ତେବେ ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ପଶ୍ଚିମବଙ୍ଗରୁ ଫେରିଛନ୍ତି। ସେପଟେ ଗ୍ରୀନ ଜୋନରେ ଥିବା କଟକରେ ଏହା ଦ୍ୱିତୀୟ କୋରୋନା ରୋଗୀ।କଟକର ତିଗିରିଆ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ବୟସ ୩୪ ବର୍ଷ ବୋଲି ସୂଚନା ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି। 

    ସେହିପରି ବାଲେଶ୍ୱରରୁ ଚିହ୍ନଟ ହୋଇଥିବା କୋରୋନା ରୋଗୀଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ମହିଳାଙ୍କ ବୟସ ୫୦ ବର୍ଷ ହୋଇଥିବା ବେଲେ ୨୬ ବର୍ଷୀୟ ଯୁବକ ରହିଛନ୍ତି। ଏହା ସହିତ ରାଜ୍ୟରେ କୋରୋନା ରୋଗୀଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି। ସେପଟେ ଏହି ଦୁଇ କୋରୋନା ରୋଗୀଙ୍କ ଚିହ୍ନଟ ହେବା ସହିତ ବାଲେଶ୍ୱରରେ ମୋଟ କୋରୋନା ରୋଗୀଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ବାଲେଶ୍ୱରରେ ୨୩ ଜଣଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯ ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ହେଉଛନ୍ତି। 

    ସୂଚନାଯୋଗ୍ୟ ଆଜି ସକାଳୁ ସୁନ୍ଦରଗଡ଼ ଅଞ୍ଚଳରୁ ଆଉ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଥିଲେ। ତେବେ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି।  ଏମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୨ ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ଅଛନ୍ତି। ଜଣକର ମୃତ୍ୟୁ ହୋଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ କଟକରେ ମୋଟ ଦୁଇ ଜଣ କୋରୋନା ରୋଗୀ ରହିଛନ୍ତି। ପ୍ରଥମ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜିର ରୋଗୀ ଚିକିତ୍ସାଧିନ ରହିଛନ୍ତି। 

     

     

    Add Zee News as a Preferred Source
    TAGS:
    Corona virus
    Surat returns
    Cuttack
    Baleswar
    Odisha