ରାଜ୍ୟରେ ମାଡ଼ୁଛି କୋରୋନା
Trending Photos
ନୂଆଦିଲ୍ଲୀ: ଆଜି ରାଜ୍ୟରେ ପୁଣି ୩ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ଜଣେ କଟକର ହୋଇଥିବା ବେଳେ ଦୁଇ ଜଣ ବାଲେଶ୍ୱର ଅଞ୍ଚଳର। କଟକରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ନିକଟରେ ସୁରତରୁ ଫେରିଥିବା ଜଣାପଡ଼ିଛି। ତେବେ ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ପଶ୍ଚିମବଙ୍ଗରୁ ଫେରିଛନ୍ତି। ସେପଟେ ଗ୍ରୀନ ଜୋନରେ ଥିବା କଟକରେ ଏହା ଦ୍ୱିତୀୟ କୋରୋନା ରୋଗୀ।କଟକର ତିଗିରିଆ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ବୟସ ୩୪ ବର୍ଷ ବୋଲି ସୂଚନା ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।
ସେହିପରି ବାଲେଶ୍ୱରରୁ ଚିହ୍ନଟ ହୋଇଥିବା କୋରୋନା ରୋଗୀଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ମହିଳାଙ୍କ ବୟସ ୫୦ ବର୍ଷ ହୋଇଥିବା ବେଲେ ୨୬ ବର୍ଷୀୟ ଯୁବକ ରହିଛନ୍ତି। ଏହା ସହିତ ରାଜ୍ୟରେ କୋରୋନା ରୋଗୀଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି। ସେପଟେ ଏହି ଦୁଇ କୋରୋନା ରୋଗୀଙ୍କ ଚିହ୍ନଟ ହେବା ସହିତ ବାଲେଶ୍ୱରରେ ମୋଟ କୋରୋନା ରୋଗୀଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ବାଲେଶ୍ୱରରେ ୨୩ ଜଣଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯ ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ ଆଜି ସକାଳୁ ସୁନ୍ଦରଗଡ଼ ଅଞ୍ଚଳରୁ ଆଉ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଥିଲେ। ତେବେ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୨ ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ଅଛନ୍ତି। ଜଣକର ମୃତ୍ୟୁ ହୋଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ କଟକରେ ମୋଟ ଦୁଇ ଜଣ କୋରୋନା ରୋଗୀ ରହିଛନ୍ତି। ପ୍ରଥମ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜିର ରୋଗୀ ଚିକିତ୍ସାଧିନ ରହିଛନ୍ତି।