ରାଜ୍ୟରେ ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୨
Advertisement
Article Detail0/zeeodisha/odisha678592

ରାଜ୍ୟରେ ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୨

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହେଲେଣି । ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ମୟୂରଭଞ୍ଜରେ ପୁଣି ୩ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସମସ୍ତ ମାମଲା ଏବେ ସକ୍ରିୟ ରହିଛି । ସେହିପରି ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହେଲେଣି । ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୨ ରହିଛି  । 

ଏବେ ନଜର ପକାଇବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ସ୍ଥିତି ଉପରେ । ରାଜ୍ୟର ୪ ଜିଲ୍ଲା ଏବେ ରେଡ୍ ଜୋନରେ ରହିଛି । ଏଗୁଡ଼ିକ ହେଲା ଗଞ୍ଜାମ(୮୩), ଯାଜପୁର(୫୫), ଭଦ୍ରକ(୨୫) ଏବଂ ବାଲେଶ୍ୱର(୨୭) । ସେହିପରି ୧୨ ଜିଲ୍ଲା ଅରେଞ୍ଜ ଜୋନରେ ରହିଛି । ସେଗୁଡ଼ିକ ହେଲା ଖୋର୍ଦ୍ଧା(୫୦), ଜଗତସିଂହପୁର(୫), କେନ୍ଦ୍ରାପଡ଼ା(୮), ଢେଙ୍କାନାଳ(୧), କେନ୍ଦୁଝର(୨), ମୟୂରଭଞ୍ଜ(୭), ସୁନ୍ଦରଗଡ଼(୧୩), ଝାରସୁଗୁଡ଼ା(୨), ଦେବଗଡ଼(୧), ବଲାଙ୍ଗୀର(୨), କଳାହାଣ୍ଡି(୨), ଏବଂ କୋରୋପୁଟ(୧) । 

ଅନ୍ୟ ୧୪ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ତେବେ ଗ୍ରୀନ ଜୋନରେ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ କେବଳ ଗୋଟିଏ ଜିଲ୍ଲା ପୁରୀରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସିଏ ଏବେ ସମ୍ପର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି । ଅନ୍ୟ ୧୩ ଜିଲ୍ଲାକୁ ଏବେ କୋରୋନା ପାଖ ମାଡ଼ିପାରିନି । 

ଅନ୍ୟପଟେ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ପୁରୁଷ ରହିଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ୨୮୭ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୫୩ ଜଣ ମହିଳା ଅଛନ୍ତି । ସେହିପରି ବୟସ ଅନୁପାତରେ ଦେଖିଲେ, ୧୫ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ୧୬୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ସେପଟେ ରାଜ୍ୟରେ ସମୁଦାୟ ୫୬୩୨୨ଟି ନମୁନା ପରୀକ୍ଷା ହୋଇସାରିଛି । ସେମାନଙ୍କ ମଧ୍ୟରୁ ୨୮୭ ଜଣଙ୍କ ପଜିଟିଭ ଆସିଛି । ଅର୍ଥାତ ହାରାହାରି ଦେଖିବାକୁ ଗଲେ ପ୍ରତି ୧୯୮ ନମୁନା ମଧ୍ୟରୁ ଜଣଙ୍କ ପଜିଟିଭ ଆସୁଛି । 

;