ଅମାନିଆ କୋରୋନା ଡେଉଁଛି ବନ୍ଧବାଡ଼...
Trending Photos
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦିନର ଦ୍ୱିତୀୟାର୍ଦ୍ଧରେ ବାଲେଶ୍ୱରରୁ ୩ ଜଣ ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିବା ପରେ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ଟ୍ୱିଟମାଧ୍ୟମରେ ସୂଚନା ଦେଇଛି। ଏହା ସହିତ ଆଜି ଗୋଟିଏ ଦିନରେ ସନ୍ଧ୍ୟା ସୁଦ୍ଧା ମୋଟ ୭ଟି ମାମଲା ସାମ୍ନାକୁ ଆସିଛି।
3rd Health Update, 29 April
Three Positive Case in Balasore
44 yr Male, 61 yr Male & 63 yr Male(All Kolkata returnees. All asymptomatic. All were in quarantine)
Contact tracing and follow-up action is being done.Total Positive Case: 125
— I & PR Department, Odisha (@IPR_Odisha) April 29, 2020
ସୂଚନା ଓ ପ୍ରସାରଣ ବିଭାଗ ଅନୁଯାୟୀ ଆଜି ଦେବଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରୁ ଗୋଟିଏ ଲେଖାଏଁ ମାମଲା ଆସିଛି। ଏହି ମାମଲା ଗୁଡିକ ସମ୍ପୃକ୍ତ ଜିଲ୍ଲା ପାଇଁ ସମ୍ପୂର୍ଣ୍ଣ ନୂଆ ମାମଲା ହୋଇଥିବା ବେଳେ ବାଲେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବାଲେଶ୍ୱରରୁ ୩ଟି ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ସେହିପରି ଭଦ୍ରକ ଓ ଯାଜପୁରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ରହିଛି। ତେବେ ଏହି ସମସ୍ତ ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଅନୁଯାୟୀ ସମସ୍ତଙ୍କର ପଶ୍ଚିମ ବଙ୍ଗ ସହିତ ସମ୍ପର୍କ ରହିଥିବା ଜଣାପଡ଼ିଛି।
ବାଲେଶ୍ୱରରୁ ଜଣାପଡ଼ିଥିବା ସଂକ୍ରମିତମାନେ ସମସ୍ତେ ପୁରୁଷ। ଏମାନଙ୍କ ବୟସ ୪୪ ବର୍ଷ, ୬୧ ବର୍ଷ ଓ ୬୩ ବର୍ଷ ବୟସ ବୋଲି ସୂଚନା ଦେଇଛି ବିଭାଗ। ଏମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ତେବେ ଏମାନଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଇନଥିଲା ବୋଲି ବିଭାଗ ସୂଚନା ଦେଇଛି।