୩୩ ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା

33 ଜିଲ୍ଲା ସାଂଗଠନିକ ସଭାପତିଙ୍କ ନାମ ଘୋଷଣା...

୩୩ ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର: ବିଜେଡି ଆଜି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ଏହି ତାଲିକା ଘୋଷଣା କରିଛି ଦଳ। ତେବେ ଏହା ମଧ୍ୟରେ ଅନେକ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି। ଏହି ସଭାପତି ତାଲିକାରେ ୧୯ ଜଣଙ୍କୁ ନୂତନ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। 

ଭୁବନେଶ୍ୱର ପାଇଁ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ପୂର୍ବଭଳି ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଖୋର୍ଦ୍ଦା ଜିଲ୍ଲା ପାଇଁ ବିଭୂତି ଭୂଷଣ ବଳବନ୍ତରାୟଙ୍କ ନାମକୁ ଘୋଷଣା କରାଯାଇଛି। ସେହିପରି ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। 

ଅନ୍ୟାମାନଙ୍କ ମଧ୍ୟରେ ଅନୁଗୋଳ ଦାୟିତ୍ୱରେ ମହେନ୍ଦ୍ର ବସ୍ତିଆ ରହିଥିବା ବେଳେ ବାଲେଶ୍ୱର ଦାୟିତ୍ୱରେ ରବିନ୍ଦ୍ର କୁମାର ଜେନା, ବରଗଡ଼ ଦାୟିତ୍ୱରେ ବିଜୟ ରଞ୍ଜନ ସିଂ ବରିହା, ଭଦ୍ରକ ଦାୟିତ୍ୱରେ ଜଗନ୍ନାଥ ସ୍ୱାଇଁ, ବୌଦ୍ଧ ଦାୟିତ୍ୱରେ ମହିଧର ରଣା, କଟକ ଦାୟିତ୍ୱରେ ଦେବାଶିଷ ସାମନ୍ତରାୟ, ଦେଓଗଡ଼ ଦାୟିତ୍ୱରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଢେଙ୍କାନାଳ ଦାୟିତ୍ୱରେ ପ୍ରଫୁଲ୍ଲ ମଲ୍ଲିକ, ଗଜପତି ଦାୟିତ୍ୱରେ ପ୍ରଦୀପ ନାୟକ, ଗଞ୍ଜାମ ଦାୟିତ୍ୱରେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜଗତସିଂହପୁର ଦାୟିତ୍ୱରେ ପ୍ରଶାନ୍ତ ମୁଦୁଲି, ଯାଜପୁର ଦାୟିତ୍ୱରେ ପ୍ରଶାନ୍ତ ମୁଦୁଲି ରହିଛନ୍ତି। 

ସେହିପରି ଝାରସୁଗୁଡ଼ା ଦାୟିତ୍ୱରେ କିଶୋର ମହାନ୍ତି, କଳାହାଣ୍ଡି ଦାୟିତ୍ୱରେ ପୁଷ୍ପେନ୍ଦ୍ର ସିଂଦେଓ, କନ୍ଧମାଳ ଦାୟିତ୍ୱରେ ସରୋଜ କୁମାର କରଣ, କେନ୍ଦ୍ରାପଡ଼ା ଦାୟିତ୍ୱରେ ଉତ୍କଳ କେଶରୀ ପରିଡ଼ା, କେନ୍ଦୁଝର ପାଇଁ ମାଧବ ସର୍ଦ୍ଦାର, କୋରାପୁଟ ଦାୟିତ୍ୱରେ ଈଶ୍ୱର ପାଣିଗ୍ରାହୀ, ମାଲକାନଗିରି ଦାୟିତ୍ୱରେ ପୂର୍ଣ୍ଣଚନ୍ଦ୍ର ବାକା, ମୟୂରଭଞ୍ଜ ଦାୟିତ୍ୱରେ କାଶିନାଥ ହେମ୍ବ୍ରମ, ନବରଙ୍ଗପୁର ଦାୟିତ୍ୱରେ ରମେଶ ଚନ୍ଦ୍ର ମାଝୀ, ନୟାଗଡ଼ ଦାୟିତ୍ୱରେ ରମେଶ ବେହେରା, ନୂଆପଡ଼ା ଦାୟୀତ୍ୱରେ ମନୋଜ ମିଶ୍ର, ପୁରୀ ଦାୟିତ୍ୱରେ ମହେଶ୍ୱର ମହାନ୍ତି, ରାୟଗଡ଼ା ଦାୟିତ୍ୱରେ  ସୁଧୀର ଦାସ, ରାଉରକେଲା ଦାୟିତ୍ୱରେ ସାରଦା ପ୍ରସାଦ ନାୟକ, ସମ୍ବଲପୁର ପାଇଁ ସିଦ୍ଧାର୍ଥ ଦାସ, ସୁବର୍ଣ୍ଣପୁର ପାଇଁ ସରୋଜ କାମ୍ପା ଓ ସୁନ୍ଦରଗଡ଼ ପାଇଁ ବିନୟ ଟପ୍ପୋଙ୍କୁ ଦାୟିତ୍ୱ ଦିଆଯାଇଛି।