ଭୁବନେଶ୍ୱର ଓ ଭଦ୍ରକ ୪୮ ଘଣ୍ଟା ବନ୍ଦ
Advertisement

ଭୁବନେଶ୍ୱର ଓ ଭଦ୍ରକ ୪୮ ଘଣ୍ଟା ବନ୍ଦ

ଗୋଷ୍ଠୀ ସଂକ୍ରମଣରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ଓ ଭଦ୍ରକ ସହରରେ ୪୮ ଘଣ୍ଟିଆ ସଟଡାଉନ ଜାରି କରିବାକୁ ଯାଉଛନ୍ତି । ଏହି ସଟଡାଉନ ଆଜି ରାତି ୮ଟାରୁ ଲାଗୁ ହେବ । ରାତି ୮ଟାରୁ ଲାଗୁ ହୋଇ ଆସନ୍ତା ରବିବାର ରାତି ୮ ପର୍ଯ୍ୟନ୍ତ ଜାରି ରହିବ । କୋରୋନା ଭୂତାଣୁ ଚେନକୁ ଭାଙ୍ଗିବା ପାଇଁ  ସରକାର ଏଭଳି ନିଷ୍ପତ୍ତି ନେଇଥିବା ରାଜ୍ୟର ମୁଖ୍

ଭୁବନେଶ୍ୱର ଓ ଭଦ୍ରକ ୪୮ ଘଣ୍ଟା ବନ୍ଦ

ଭୁବନେଶ୍ୱର: ଗୋଷ୍ଠୀ ସଂକ୍ରମଣରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ଓ ଭଦ୍ରକ ସହରରେ ୪୮ ଘଣ୍ଟିଆ ସଟଡାଉନ ଜାରି କରିବାକୁ ଯାଉଛନ୍ତି । ଏହି ସଟଡାଉନ ଆଜି ରାତି ୮ଟାରୁ ଲାଗୁ ହେବ । ରାତି ୮ଟାରୁ ଲାଗୁ ହୋଇ ଆସନ୍ତା ରବିବାର ରାତି ୮ ପର୍ଯ୍ୟନ୍ତ ଜାରି ରହିବ । କୋରୋନା ଭୂତାଣୁ ଚେନକୁ ଭାଙ୍ଗିବା ପାଇଁ  ସରକାର ଏଭଳି ନିଷ୍ପତ୍ତି ନେଇଥିବା ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ସୂଚନା ଦେଇଛନ୍ତି । 

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୋଲିସ ଡିଜିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି କି, ଆଗାମୀ ୪୮ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ସମୟ । କୋରୋନା ଚେନକୁ ଭାଙ୍ଗିବା ପାଇଁ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ଭାବେ ସଟଡାଉନରେ ରହିବ ।  ଏହି ସମୟରେ ଉଭୟ ଭଦ୍ରକ ଓ ଭୁବନେଶ୍ୱରରେ ଏକ ପ୍ରକାର କର୍ଫ୍ୟୁ ଜାରି ହେବ ବୋଲି ପୋଲିସ ଡିଜି କହିଥିଲେ । ଏହି ସମୟରେ ଘରୁ ବାହାରିଲେ ପୋଲିସ ଓ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉଠାଇ ନେବ । ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଜିପି ଅଭୟ କହିଥିଲେ । ସେହିପରି ଏହି ଦୁଇ ସହରରେ ନିୟମ ଉଲ୍ଲଂଘନକାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସେ ସୂଚନା ଦେଇଥିଲେ ।

ସେହିପରି ସମଡାଉନ ସମୟରେ ମାଛ, ମାଂସ, ଅଣ୍ଡା, ପନିପରିବା ଆଦି ଦୋକାନ ବନ୍ଦ ରହିବ । ମେଡିକାଲ ସେବା ଉପରେ ମଧ୍ୟ କଟକଣା ଲଗାଇଛନ୍ତି ସରକାର । ଅତି ଜରୁରୀ ନ ପଡ଼ିଲେ ଡାକ୍ତରଖାନା ନ ଯିବାକୁ ସରକାର ବାରଣ କରିଛନ୍ତି । ତେବେ ଔଷଧ ଦୋକାନ ଖୋଲାକୁ ନେଇ ମଧ୍ୟ ସରକାର କଟକଣା ଜାରି ରଖିଛନ୍ତି । ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଔଷଧ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେପଟେ କିନ୍ତୁ କଟକ ଓ ଖୋର୍ଦ୍ଧା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଗାଡ଼ି(ମାଲବାହୀ ଟ୍ରକ) ଗୁଡ଼ିକ ଚଳାଚଳ କରିପାରିବ ବୋଲି ଡିଜିପି ଅଭୟ କହିଥିଲେ । ତେବେ ଏହି ସମୟରେ ଲୋକମାନେ ଛାନିଆ ହେବାର କୌଣସି କାରଣ ନାହିଁ ବୋଲି ସେ କହିଥିଲେ ।