୨୩ ନମ୍ବର ଜିଲ୍ଲା ଭାବେ କନ୍ଧମାଳକୁ ପଶିଲା କୋରୋନା
Advertisement
Article Detail0/zeeodisha/odisha682899

୨୩ ନମ୍ବର ଜିଲ୍ଲା ଭାବେ କନ୍ଧମାଳକୁ ପଶିଲା କୋରୋନା

ରାଜ୍ୟରେ ଆଉ ୪୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟର ୨୨ ଜିଲ୍ଲାକୁ ମହାମାରୀ ପଶି ସାରିଥିଲା । ତେବେ ୨୩ ନମ୍ବର ଜିଲ୍ଲା ଭାବେ କନ୍ଧମାଳକୁ କୋରୋନା ଭାଇରସ୍ ଏଣ୍ଟ୍ରି ମାରିଛି । କାହିଁକିନା ଆଜି ଚିହ୍ନଟ ହୋଇଥିବା ୪୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କନ୍ଧମାଳର ୨ ଜଣ ରହିଛନ୍ତି ।  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଆଜି ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ୧୬, ଗଞ୍ଜାମରୁ ୧୫,  ପୁରୀରୁ ୪, ନୟାଗଡରୁ ୩, କେନ୍ଦ୍ରାପଡ଼ାରୁ ୩, ବଲାଙ୍ଗୀରରୁ ୨, କନ୍ଧମାଳରୁ ୨ ଜଣ ରହିଛନ୍ତି । ସେହିପରି କଟକ, ଖୋର୍ଦ୍ଧ ଏବଂ ବୌଦ୍ଧରୁ ମଧ୍ୟ ଗୋଟିଏ ଗୋଟିଏ ମାମଲା ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୨୨୦ ଜଣ ସୁସ୍ଥ ହେଲେଣି । ସେହିପରି ୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଅର୍ଥାତ ରାଜ୍ୟରେ ଏବେ ୬୫୨ଟି ନୂଆ ମାମଲା ରହିଛି । ତେବେ ଆଶ୍ୱସ୍ତିକର ଖବର ଏହା ଯେ, ପ୍ରାୟତଃ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ସମସ୍ତ ନୂଆ ମାମଲା ସାମ୍ନାକୁ ଆସିଛି । 

ନଜର ପକାନ୍ତୁ ରାଜ୍ୟ ଡ୍ୟାସବୋର୍ଡ ଉପରେ । ରାଜ୍ୟରେ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ ରହିଛି । ଏମାନଙ୍କ ମଧ୍ୟରୁ ୪୯ ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ୨ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଅନ୍ୟ ୨୫୬ ଜଣଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ବାଲେଶ୍ୱରରେ ୧୧୯, ଯାଜପୁରରେ ୧୩୭, ଖୋର୍ଦ୍ଧାରେ ୬୦, ଭଦ୍ରକରେ ୭୪, ସୁନ୍ଦରଗଡ଼ରେ ୨୭, ଅନୁଗୋଳରେ ୧୫, କେନ୍ଦ୍ରାପଡ଼ାରେ ୩୦, ପୁରୀରେ ୨୯ ଓ ମୟୂରଭଞ୍ଜରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଅନ୍ୟପଟେ ନୟାଗଡ଼(୯), ଜଗତସିଂହପୁର(୫), ବୌଦ୍ଧ(୫), କେନ୍ଦୁଝର(୮), କଟକ(୨୩), କଳାହାଣ୍ଡି(୨), ବଲାଙ୍ଗୀର(୬), ଝାରସୁଗୁଡ଼ା(୨), କନ୍ଧମାଳ(୨), ଦେବଗଡ଼(୨), କୋରାପୁଟ(୧), ଢେଙ୍କାନାଳ(୧) ଓ ସମ୍ବଲପୁର(୧)ରୁ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

;