ଗତକାଲି ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
Trending Photos
)
ଭୁବନେଶ୍ୱର: କୋରୋନା ଲଢ଼େଇରେ ଜିତୁଛି ଓଡ଼ିଶା । ପୂର୍ବରୁ ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ଗତକାଲି ଅନ୍ୟ ୫ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଅର୍ଥାତ ଏପର୍ଯ୍ୟନ୍ତ ୧୮ ଜଣ କୋରୋନା ଲଢ଼େଇରେ ସଫଳ ହେଲେଣି । ତେବେ ଗତକାଲି ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ କରାଯାଇଥିଲା । ଟ୍ୱିଟରରେ ବିଭାଗ ପକ୍ଷରୁ କୁହାଯାଇଥିଲା, ''ଆମେ ଖୁସିର ସହ ଜଣାଇବାକୁ ଚାହୁଁଛୁ, ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୫ କୋଭିଡ ୧୯ ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ନମୂନା ନେଗେଟିଭ ଆସିଛି । ସମସ୍ତଙ୍କ ସହଯୋଗ ଯୋଗୁ ଓଡ଼ିଶା କୋଭିଡ ୧୯ ଲଢ଼େଇରେ ସଫଳ ହେଉଛି !''
It is indeed a pleasure to share that another FIVE Covid patients, all of Bhubaneswar, have recovered and tested negative for COVID-19.
With the combined efforts of all, Odisha is winning the fight against Covid!
— H & FW Dept Odisha (@HFWOdisha) April 13, 2020
ଏଠାରେ ଆପଣଙ୍କୁ କହିରଖୁଛୁ, ଏପର୍ଯ୍ୟନ୍ତ ରାଜ୍ୟରେ ୫୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେମାନଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଅର୍ଥାତ ଆଉ ୩୬ ଜଣ କକୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଖୁବଶୀଘ୍ର ସେମାନେ ମଧ୍ୟ ସୁସ୍ଥ ହେବେ ବୋଲି ଆଶା କରାଯାଉଛି ।