ଓଡ଼ିଶାକୁ ୫ ଶହ କୋଟି ଆଗୁଆ ସହାୟତା
Advertisement

ଓଡ଼ିଶାକୁ ୫ ଶହ କୋଟି ଆଗୁଆ ସହାୟତା

ବାତ୍ୟା ଅମ୍ଫାନ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଆଗୁଆ ୫ ଶହ କୋଟି ଟଙ୍କାର ସହାୟତା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାତ୍ୟା ଅଞ୍ଚଳ ଆକାଶ ମାର୍ଗରୁ ସର୍ବେକ୍ଷଣ କରିବା ପରେ ଏହି ରାଶି ଘୋଷଣା କରିଛନ୍ତି। ଏହା ସହିତ ବାତ୍ୟାର ସଫଳ ମୁକାବିଲା କରିବା ପାଇଁ ରାଜ୍ୟବାସୀ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମକୁ ଧନ୍ୟବାଦ ଦେଇଥିଲେ। ଯଦି ଅ

ଓଡ଼ିଶାକୁ ୫ ଶହ କୋଟି ଆଗୁଆ ସହାୟତା

ଭୁବନେଶ୍ୱର: ବାତ୍ୟା ଅମ୍ଫାନ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଆଗୁଆ ୫ ଶହ କୋଟି ଟଙ୍କାର ସହାୟତା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାତ୍ୟା ଅଞ୍ଚଳ ଆକାଶ ମାର୍ଗରୁ ସର୍ବେକ୍ଷଣ କରିବା ପରେ ଏହି ରାଶି ଘୋଷଣା କରିଛନ୍ତି। ଏହା ସହିତ ବାତ୍ୟାର ସଫଳ ମୁକାବିଲା କରିବା ପାଇଁ ରାଜ୍ୟବାସୀ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମକୁ ଧନ୍ୟବାଦ ଦେଇଥିଲେ। ଯଦି ଅଧିକ ଅର୍ଥର ଆବଶ୍ୟକ ପଡ଼େ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବେ ବୋଲି ସେ କହିଥିଲେ। 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେ ବାତ୍ୟା ଅମ୍ଫନ ଦ୍ୱାରା କ୍ଷତିଗ୍ରସ୍ତ ହେଇଥିବା ରାଜ୍ୟର ବିଭିନ୍ନ ଅଞ୍ଚଳ ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ସୂଚନା ଅନୁସାରେ ମୋଦି ଭଦ୍ରକ ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ବ୍ଲକ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ସମେତ ତିହିଡ଼ି ଓ ଧାମରାର ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଏହାପରେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ବ୍ଲକ ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକର ବାତ୍ୟାସ୍ଥିତି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଥିଲେ। ଭୁବନେଶ୍ୱର ବିମାନବନ୍ଦରର ସମ୍ମିଳନୀ କକ୍ଷରେ ପରିସ୍ଥିତିର ସମୀକ୍ଷା  କରିଥିଲେ। 

ଏହି ବୈଠକରେ ରାଜ୍ୟପାଳଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବାତ୍ୟା ଅମ୍ଫାନ ଯୋଗୁ ରାଜ୍ୟର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ମୟୂରଭଂଜ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ପ୍ରାୟ ୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।