)
ସୌମ୍ୟ ରଞ୍ଜନ ନାୟକ, ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୫ କୋରୋନା ରୋଗୀ । ଏମାନେ ହେଲେ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡିର, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି ।
Happy to share that 5 more #COVID19 positive cases, one each from Bhubaneswar, Dhenkanal, Kalahandi, Sundargarh and Kendrapada have recovered.
With this, the total recoveries of the State stand at 29. #OdishaFightsCorona
— H & FW Dept Odisha (@HFWOdisha) April 21, 2020
ଏହି ୫ କୋରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ୪ ଜିଲ୍ଲା ଏବେ କୋରୋନା ମୁକ୍ତ ହୋଇଛି । ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୨୯ ଜଣ ସୁସ୍ଥ ହୋଇଛନ୍ତି ।ବର୍ତ୍ତମାନ ୪୯ ଜଣ ରାଜ୍ୟରେ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସା ହେଉଛନ୍ତି । ରାଜ୍ୟରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏବେ ଧିରେଧିରେ କୋରୋନା କାବୁକୁ ଆସିବା ନେଇ ସରକାରଙ୍କ ଦୃଢୋକ୍ତି ପ୍ରକାଶ କରିଛନ୍ତି ।