ଏପର୍ଯ୍ୟନ୍ତ ୩୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ସେହିପରି ପୂର୍ବରୁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଅର୍ଥାତ ଏବେ ୭୨ ଜଣ କୋରୋନା ଆକ୍ରାନ୍ତ ସକ୍ରିୟା ରହିଛନ୍ତି ।
Trending Photos
ଭୁବନେଶ୍ୱର: ରାଜ୍ୟରେ ପୁଣି ୫ କୋରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ବାଲେଶ୍ୱରର ବୋଲି ଜଣାପଡ଼ିଛି । ଆଉ ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ତେବେ ଏପର୍ଯ୍ୟନ୍ତ ୩୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ସେହିପରି ପୂର୍ବରୁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଅର୍ଥାତ ଏବେ ୭୨ ଜଣ କୋରୋନା ଆକ୍ରାନ୍ତ ସକ୍ରିୟା ରହିଛନ୍ତି । ରାଜ୍ୟର ବିଭିନ୍ନ କୋଭିଡ ମେଡିକାଲରେ ସେମାନଙ୍କ ଚିକିତ୍ସା ଚାଲିଛି ।
ସେପଟେ କୋରୋନା ଭାଇରସର ଦୌରାତ୍ମ୍ୟ ଦେଖି ଗତକାଲି ଯାଜପୁର ଜିଲ୍ଲାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଜିଲ୍ଲାର ୫ଟି ବ୍ଲକ ସହ ଯାଜପୁର ପୌରପାଳିକାକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଆଜି ଦିନ ୧୨ଟାରୁ ୨୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏସବୁ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଭାବେ ରହିବେ । ସମ୍ପୃକ୍ତ ଅଞ୍ଚଳରେ କେବଳ ଔଷଧ ଦୋକାନ ହିଁ ଖୋଲା ରହିବ ।