Advertisement
Article Detail0/zeeodisha/odisha670624
Zee OdishaBhubneshwarବାଲେଶ୍ୱରର ୧୨ ବର୍ଷର ବାଳକ କୋରୋନା ଆକ୍ରାନ୍ତ

ବାଲେଶ୍ୱରର ୧୨ ବର୍ଷର ବାଳକ କୋରୋନା ଆକ୍ରାନ୍ତ

ଆଜି ଯେଉଁ ୫ ନୂଆ ମାମଲା ସାମ୍ନାକୁ ଆସିଛି, ସେମାନେ ସମସ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ବାଲେଶ୍ୱରର ବୋଲି ଜଣାପଡ଼ିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୧୨ ବର୍ଷୀୟ ବାଳକ ରହିଛନ୍ତି । ଏବେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ତେବେ ଆଜି ଯେଉଁ ୫ ନୂଆ ମାମଲା ସାମ୍ନାକୁ ଆସିଛି, ସେମାନେ ସମସ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । କାହିଁକିନା ପୂର୍ବରୁ ବାଲେଶ୍ୱରରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । 

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ୩୪ ବର୍ଷୀୟ ମହିଳା ଅଛନ୍ତି । ସେହିପରି ଜଣେ ୨୬ ବର୍ଷୀୟ ଯୁବକ ଏବଂ ଜଣେ ୩୮ ବର୍ଷୀୟ ଯୁବକ ମଧ୍ୟ ରହିଛନ୍ତି । ଅନ୍ୟଜଣେ ତ ନାବାଳକ, ଯାହା ପ୍ରଥମରୁ କହିସାରିଛୁ । 

ତେବେ ଏ ସମସ୍ତଙ୍କ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହେଲେଣି । ସେହିପରି ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଅର୍ଥାତ ଏବେ ୫୩ ଜଣ କୋରୋନା ଆକ୍ରାନ୍ତଙ୍କଗ ଚିକିତ୍ସା ଚାଲିଛି । 

About the Author