ସାବଧାନ: ଓଡ଼ିଶାରେ ୫ ପ୍ରକାର କୋରୋନା ଭୂତାଣୁ

କୋରୋନାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ କୋରୋନା ସ୍ଥିତି ସଂଗୀନ ରହିଥିବା ବେଳେ ଏହି ସମୟରେ ଏହି ତଥ୍ୟ ଆସିଛି। ତେବେ ଦିନକୁ ଦିନ ଟେଷ୍ଟିଂର ବୃଦ୍ଧି ପାଉଥିବା ବେଳେ ଏହି ସଂଗୀନ ତଥ୍ୟ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଦେଇଛି।

ସାବଧାନ: ଓଡ଼ିଶାରେ ୫ ପ୍ରକାର କୋରୋନା ଭୂତାଣୁ

ଭୁବନେଶ୍ୱର: କୋରୋନାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ କୋରୋନା ସ୍ଥିତି ସଂଗୀନ ରହିଥିବା ବେଳେ ଏହି ସମୟରେ ଏହି ତଥ୍ୟ ଆସିଛି। ତେବେ ଦିନକୁ ଦିନ ଟେଷ୍ଟିଂର ବୃଦ୍ଧି ପାଉଥିବା ବେଳେ ଏହି ସଂଗୀନ ତଥ୍ୟ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଦେଇଛି। ରାଜ୍ୟରେ ୫ ପ୍ରକାର କୋରୋନା ଭୁତାଣୁ ରହିଥିବା ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। 

ଅଜୟ କହିଛନ୍ତି କି, RMRC ଓ ILS ପକ୍ଷରୁ ଓଡ଼ିଶାରେ ୨୨୫ ସାମ୍ପୁଲ ସଂଗ୍ରହ କରାଯାଇ ଭୂତାଣୁ ସମ୍ପର୍କରେ ଗବେଷଣା କରାଯାଇଥିଲା। ତେବେ ୧୩ଟି ରାଜ୍ୟରୁ ଆସିଥିବା ପ୍ରବାସୀଙ୍କ ନିକଟରୁ ଏହି ସାମ୍ପୂଲ ସଂଗ୍ରହ କରାଯାଇଥିଲା। ଏହି ସାମ୍ପୁଲ ଗୁଜୁରାଟ, ଦିଲ୍ଲୀ, ତାମିଲନାଡ଼ୁରୁ ଆସିଥିବା ପ୍ରବାସୀଙ୍କ ଠାରୁ ସାମ୍ପୁଲ ସଂଗ୍ରହ କରାଯାଇଥିଲା। ଜେନୋମିକ ଷ୍ଟଡ଼ି ପରେ ମିଳିଛି ୫ ପ୍ରକାର କୋରୋନା ଭାଇରସ ଥିବା ନେଇ ସ୍ପଷ୍ଟ ହୋଇଛି।  ସେ କହିଛନ୍ତି କି, ଓଡ଼ିଶାରେ ଦେଖାଦେଇଥିବା ଭାଇରସ ଗୁଡ଼ିକ 19A, 19B, 20A,20B,20C ଭଳି ନାମକରଣ କରାଯାଇଛି। 

ତେବେ ଅଗଷ୍ଟ ମାସରେ ରାଜ୍ୟରେ ସଂକ୍ରମଣ ବଢିବା ନେଇ ପୁଣି ଷ୍ଟଡ଼ି କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅଜୟ ଆହୁରି ମଧ୍ୟ କହିଛନ୍ତି କି, ଏହି ଭାଇରସର ସ୍ପଷ୍ଟି କରଣ ହେବା ପରେ ଟିକା ବାହାରିବା ନେଇ ରାସ୍ତା ସ୍ପଷ୍ଟ ହୋଇ ପାରିବ। କୋରୋନା ପାଇଁ ଗୋଟିଏ ଭ୍ୟାକସିନର ଆବଶ୍ୟକ ନା ଏହି ୫ ପ୍ରକାର ଭ୍ୟାକସିନ ପାଇଁ ୫ ପ୍ରକାର ଟିକାର ଆବଶ୍ୟକ ତାହା ଉପରେ ମଧ୍ୟ ଗବେଷଣା ହୋଇପାରିବ ବୋଲି ସେ ସୂଚନା ଦେଇଛନ୍ତି।