• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /୫୪୩ ନୂଆ ପଜିଟିଭ, ଗଞ୍ଜାମରେ କେବଳ ୧୮୮

୫୪୩ ନୂଆ ପଜିଟିଭ, ଗଞ୍ଜାମରେ କେବଳ ୧୮୮

ଗଞ୍ଜାମରେ ଅନିୟନ୍ତ୍ରିତ କୋରୋନା

Edited ByZee Odisha Desk
Published: Jul 14, 2020, 10:56 AM IST|Updated: Jul 14, 2020, 10:56 AM IST
joinshare
୫୪୩ ନୂଆ ପଜିଟିଭ, ଗଞ୍ଜାମରେ କେବଳ ୧୮୮

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Petrol Diesel Price: ଜାଣନ୍ତୁ ଆଜି କେତେ ବଢ଼ିଲା ପେଟ୍ରୋଲ-ଡିଜେଲ ଦର...

    Petrol Diesel Price: ଜାଣନ୍ତୁ ଆଜି କେତେ ବଢ଼ିଲା ପେଟ୍ରୋଲ-ଡିଜେଲ ଦର...

    2

    ହୋର୍ମୁଜ୍‌କୁ ନେଇ ଆମେରିକା-ଇରାନ ମୁହାଁମୁହିଁ, ଟ୍ରମ୍ପଙ୍କ ଦାବିକୁ ତେହରାନର କଡ଼ା ଜବାବ

    3

    ବଙ୍ଗୋପସାଗରରେ ଲଘୁଚାପ, ୬୦ କିମି ବେଗରେ ପବନ ସହ ଏହି ସବୁ ଜିଲ୍ଲାକୁ ରେଡ୍ ଆଲର୍ଟ...

    4

    Today Horoscope: ମାଆ ଲକ୍ଷ୍ମୀଙ୍କ କୃପାରୁ ଖୁସି ଖବର ପାଇବେ ଏହି ସବୁ ରାଶି..ଜାଣନ୍ତୁ ଆଜିର ରାଶ

    5

    ପୂର୍ବତନ ମେଡିକାଲ ଅଫିସର ଡାକ୍ତର ପତିତପାବନ ବାରିକ ଚାକିରିରୁ ବହିଷ୍କୃତ

    ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି।  ବିଗତ ୨୪ ଘଣ୍ଚା ମଧ୍ୟରେ ୫୪୩ଟି ମାମଲା ସାମ୍ନାକୁ ଆସିଛି।  ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି।  ଧୀରେଧୀରେ ଉଗ୍ର ରୂପ ନେବାରେ ଲାଗିଛି ଏହି ମାମଲା।   

    ରାଜ୍ୟରୁ ଆସିଥିବା ୫୪୩ଟି ମାମଲା ମଧ୍ୟରୁ ୩୫୪ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।  ସେହିଭଳି ସ୍ଥାନୀୟ ମାମଲା ୧୮୯ଟି ରହିଛି।  ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୨୮୦ରେ ପହଞ୍ଚିଛି। ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୯୨୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୪୯୨୯ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୫୦୫ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। 

    ସେପଟେ ୨୩ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି।  ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।  ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ବିଗତ କିଛି ଦିନ ହେବ ଜିଲ୍ଲାରୁ ସବୁଠାରୁ ଅଧିକ ସାମ୍ନାକୁ ଆସିଛନ୍ତି। ଆଜି ସର୍ବାଧିକ ୧୮୮ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।  

    ସେହିପରି ଅନୁଗୋଳ, ଭଦ୍ରକ, ଯାଜପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ, ବାଲେଶ୍ୱରରୁ ୮ଜଣ, ବରଗଡ଼ରୁ ୩ଜଣ, ବଲାଙ୍ଗୀରରୁ ୫ ଜଣ, ବୌଦ୍ଧରୁ ୭ ଜଣ, କଟକରୁ ୩୯ ଜଣ, ଢେଙ୍କାନାଳରୁ ୨ଜଣ, ଗଜପତିରୁ ୨୯ ଜଣ, ଜଗତସିଂହପୁରରୁ ୧୫, ଝାରସୁଗୁଡ଼ାରୁ ୬ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୨୨ ଜଣ, ଖୋର୍ଦ୍ଧାରୁ ୮୭ ଜଣ, ମାଲକାନଗିରିରୁ ୧୧ ଜଣ, ମୟୂରଭଞ୍ଜରୁ ୨୨, ପୁରୀରୁ ୭ ଜଣ, ରାୟଗଡ଼ାରୁ ୨୪ ଜଣ, ସମ୍ବଲପୁରରୁ ଦୁଇ ଜଣ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।  

    Add Zee News as a Preferred Source
    TAGS:
    Corona
    positive
    Ganjam
    Odisha
    lockdown