୫୭୦ ନୂଆ ପଜିଟିଭ, ଗଞ୍ଜାମରେ କେବଳ ୨୧୮ କୋରୋନା ସଂକ୍ରମିତ
Advertisement

୫୭୦ ନୂଆ ପଜିଟିଭ, ଗଞ୍ଜାମରେ କେବଳ ୨୧୮ କୋରୋନା ସଂକ୍ରମିତ

ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କୋରୋନା।  କ୍ରମାଗତ ଭାବରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ବିଗତ ୨୪ ଘଣ୍ଚା ମଧ୍ୟରେ ୫୭୦ଟି ମାମଲା ସାମ୍ନାକୁ ଆସିଛି।  ଦିନକୁ ଦିନ କ୍ୱାରେଣ୍ଟାଇନ ସେଣ୍ଟରରୁ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଧୀରେଧ

୫୭୦ ନୂଆ ପଜିଟିଭ, ଗଞ୍ଜାମରେ କେବଳ ୨୧୮ କୋରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କୋରୋନା।  କ୍ରମାଗତ ଭାବରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ବିଗତ ୨୪ ଘଣ୍ଚା ମଧ୍ୟରେ ୫୭୦ଟି ମାମଲା ସାମ୍ନାକୁ ଆସିଛି।  ଦିନକୁ ଦିନ କ୍ୱାରେଣ୍ଟାଇନ ସେଣ୍ଟରରୁ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଧୀରେଧୀରେ ଉଗ୍ର ରୂପ ନେବାରେ ଲାଗିଛି ଏହି ମାମଲା।   

ରାଜ୍ୟରୁ ଆସିଥିବା ୫୭୦ଟି ମାମଲା ମଧ୍ୟରୁ ୩୮୪ କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।  ସେହିଭଳି ସ୍ଥାନୀୟ ମାମଲା ୧୮୬ଟି ରହିଛି।  ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୫୨୬ରେ ପହଞ୍ଚିଛି। ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୯୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୪୪୭୫ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୫୬୫ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। 

ସେପଟେ ୧୯ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି।  ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।  ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ବିଗତ କିଛି ଦିନ ହେବ ଜିଲ୍ଲାରୁ ସବୁଠାରୁ ଅଧିକ ସାମ୍ନାକୁ ଆସିଛନ୍ତି। ଆଜି ସର୍ବାଧିକ ୨୧୮ ଜଣ କୋରୋନା ପଜିଟିଭ ଜିଲ୍ଲାରୁ ଆସିଥିବା ଜଣାପଡ଼ିଛି।  

ସେହିପରି ଅନୁଗୋଳରୁ ୧୧ ଜଣ, ବାଲେଶ୍ୱର ଓ ବୌଦ୍ଧରୁ ୩ ଜଣ, ଭଦ୍ରକରୁ ୨ ଜଣ, କଟକରୁ ୪୬ ଜଣ, ଗଜପତିରୁ ୨୫ ଜଣ, ଜଗତସିଂହପୁରରୁ ୧୬, ଯାଜପୁରରୁ ୪୦ ଜଣ, ଝାରସୁଗୁଡ଼ାରୁ ୩୧, କେନ୍ଦ୍ରାପଡ଼ାରୁ ୬ ଜଣ, କେନ୍ଦୁଝରରୁ ୧୪ ଜଣ, ଖୋର୍ଦ୍ଧାରୁ ୩୭ ଜଣ, କୋରାପୁଟରୁ ୧୧ ଜଣ, ମୟୂରଭଞ୍ଜରୁ ୧୦ ଜଣ, ନୟାଗଡ଼ରୁ ୩୭ ଜଣ, ପୁରୀରୁ ୧୫ ଜଣ, ସମ୍ବଲପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୪୪ ଜଣ ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।