Advertisement
Article Detail0/zeeodisha/odisha708384

ଗଞ୍ଜାମରୁ ଫୁଟୁଛି କୋରୋନା ବମ, ରାଜ୍ୟରେ ୫୭୭ ପଜିଟିଭ ଚିହ୍ନଟ

ରାଜ୍ୟ ନିୟନ୍ତ୍ରଣ ବାହାରେ କୋରୋନା...

ଗଞ୍ଜାମରୁ ଫୁଟୁଛି କୋରୋନା ବମ, ରାଜ୍ୟରେ ୫୭୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗୁଛି କୋରୋନା। କ୍ରମାଗତ ଭାବରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଚା ମଧ୍ୟରେ ୫୭୭ଟି ମାମଲା ସାମ୍ନାକୁ ଆସିଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମ ଶୀର୍ଷରେ ରହିଛି। ଲଗାତାର ଭାବେ ଜିଲ୍ଲାରେ କୋରୋନା ମାମଲା ବୃଦ୍ଧି ପାଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୬୦ଟି ସଂକ୍ରମିତ ମାମଲା ରହିଛି।  

ରାଜ୍ୟରୁ ଆସିଥିବା ୫୭୭ଟି ମାମଲା ମଧ୍ୟରୁ ୪୧୬ଟି କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଥିବା ବେଳେ ସ୍ଥାନୀୟ ମାମଲା ୧୬୧ଟି ରହିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୨୦୧ରେ ପହଞ୍ଚିଛି। ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୦୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୪୧୨୮ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୦୩ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। 

ସେପଟେ ୨୨ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେବ ଜିଲ୍ଲାରୁ ସବୁଠାରୁ ଅଧିକ ସାମ୍ନାକୁ ଆସିଛନ୍ତି।  

Add Zee News as a Preferred Source

ସେହିପରି ଅନୁଗୋଳରୁ ଓ ଜଗତସିଂହପୁରରୁ ୭ଟି, ବାଲେଶ୍ୱରରୁ ୩୦ଜଣ, ଭଦ୍ରକରୁ ୨ଜଣ, ବୌଦ୍ଧ ଓ ପୁରୀରୁ ୫ଜଣ, କଟକ ଓ ମୟୂରଭଞ୍ଜରୁ ୧୪ ଜଣ, ଢେଙ୍କାନାଳରୁ ୪ଜଣ, ଗଜପତିରୁ ୧୭ ଜଣ, ଯାଜପୁରରୁ ୯ ଜଣ, ଝାରସୁଗୁଡ଼ା, କନ୍ଧମାଳ, ମାଲକାନଗିରି ଓ ନୟାଗଡ଼ରୁ ଜଣେ ଲେଖାଏଁ, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, କେନ୍ଦୁଝରରୁ ୪୮ ଜଣ, ଖୋର୍ଦ୍ଧାରୁ ୫୬ ଜଣ, କୋରାପୁଟରୁ ୬ ଜଣ ଓ ସୁନ୍ଦରଗଡ଼ରୁ ୮୩ ଜଣ ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।  

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ କୋରୋନା ସଂକ୍ରମିତଙ୍କ ତାଲିକାରେ ଗଞ୍ଜାମ ଜିଲ୍ଲାର ଶୀର୍ଷରେ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି। ଜିଲ୍ଲାରେ ବର୍ତ୍ତମାନ ୩୦୯୬  ରହିଛି। ଜିଲ୍ଲାରେ ୧୬୦୭ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୫୮ ଜଣ ସଂକ୍ରମିତ ଚିକିତ୍ସାଧିନ ରହିଛନ୍ତି। ଜିଲ୍ଲାରେ ୩୦ ଜଣଙ୍କର କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇ ସାରିଛି।   

About the Author