୫ମ ଅନଲକ: ଦେଶ ଖୋଲା, ରାଜ୍ୟରେ ତାଲା
Advertisement

୫ମ ଅନଲକ: ଦେଶ ଖୋଲା, ରାଜ୍ୟରେ ତାଲା

ସଂକ୍ରମଣ ବଢୁଛି, କଟକଣା ଫିଟୁଛି । ମହାମାରୀ କୋରୋନାକୁ ସଂକ୍ରମଣକୁ ରୋକ ଲଗାଇବା ପାଇଁ ଦେଶରେ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲା ଲକ୍ ଡାଉନ ଓ ସଟ୍ ଡାଉନ୍ ।

୫ମ ଅନଲକ: ଦେଶ ଖୋଲା, ରାଜ୍ୟରେ ତାଲା

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସଂକ୍ରମଣ ବଢୁଛି, କଟକଣା ଫିଟୁଛି । ମହାମାରୀ କୋରୋନାକୁ ସଂକ୍ରମଣକୁ ରୋକ ଲଗାଇବା ପାଇଁ ଦେଶରେ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲା ଲକ୍ ଡାଉନ ଓ ସଟ୍ ଡାଉନ୍ । ପର୍ଯ୍ୟାୟକ୍ରମେ ଜନସାଧାରଣଙ୍କ ଜୀବନକୁ ଅଗ୍ରାଧିକାର ଦେଇ ପରେ ପରେ ଜୀବିକି ଉପାର୍ଜନ ନିମନ୍ତେ ଆରମ୍ଭ ହୋଇଥିଲା ଅନଲକ୍ ପର୍ଯ୍ୟାୟ । ଆଉ ଚଳିତ ମାସରେ ଆମେ ୫ମ ପର୍ଯ୍ୟାୟ ଅନଲକ୍ ଆରମ୍ଭ ହେଉଛି । ତେବେ ଏନେଇ କେନ୍ଦ୍ର ସରକାର ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଥିବା ବେଳେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରିବର୍ତ୍ତନ କରିବା ସହ କିଛି କୋହଳ ଓ କିଛି କଟକଣା ରଖିଛନ୍ତି । ଯାହାଦ୍ୱାରା ରାଜ୍ୟରେ ସଂକ୍ରମଣ କିଛି ମାତ୍ରାରେ ରୋକିହୋଇଥିବା ଡାକ୍ତର କହିଥିବା ବେଳେ ବିଶେଷଜ୍ଞଙ୍କ ମତରେ ଅର୍ଥନୀତିରେ ପ୍ରଭାବ ପକାଇଛି ।

୫ମ ପର୍ଯ୍ୟାୟ ଅନଲକ୍ । ଅକ୍ଟୋବରରେ ବି ରହିବ କଟକଣା । ତେବେ ତୁଳନାତ୍ମକ ଭାବେ କ’ଣ ରହିଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡଲାଇନ୍ ।

  • କେନ୍ଦ୍ର ସରକାରଙ୍କ ଗାଇଡଲାଇନ ମୁତାବକ ଆସନ୍ତା ୧୫ ତାରିଖରୁ ଦେଶର ସମସ୍ତ ସିନେମା ହଲ୍‌, ଥିଏଟର, ମଲ୍‌ଟିପ୍ଲେକ୍‌ସ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଖୋଲିପାରିବେ ହେଲେ ରାଜ୍ୟ ସରକାର ଏଥିରେ କଟକଣା ବଳବତ୍ତର ରଖିଛନ୍ତି ।
  • ବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନେ ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ତେବେ ରାଜ୍ୟ ସରକାର ଅକ୍ଟୋବର ୩୦ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି । କିନ୍ତୁ ପ୍ରବେଶିକା ପରୀକ୍ଷା କିମ୍ବା ଅନ୍ୟ ପରୀକ୍ଷାକୁ ଅନୁମତି ରହିଛି ।
  • ସେହିପରି ବ୍ୟବସାୟିକ ସଂସ୍ଥା ପାଇଁ ପ୍ରଦର୍ଶନୀକୁ ଅନୁମତି ଦିଆଯାଇଛି । କିନ୍ତୁ ଏଥିରେ ଗ୍ରାହକମାନେ ସାମିଲ ହୋଇପାରିବେ ନାହିଁ । କେବଳ ବ୍ୟବସାୟିକ ସଂସ୍ଥାମାନଙ୍କ ମଧ୍ୟରେ ଯାହା କିଛି କାରବାର ହୋଇପାରିବ । ଏଥିନେଇ ବାଣିଜ୍ୟ ମନ୍ତ୍ରାଳୟ ଏସ୍‌ଓପି ଜାରି କରିବେ ।
  • ସେହିଭଳି କ୍ରୀଡ଼ାବିତ୍‌ ଏବଂ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ସୁଇମିଂ ପୁଲ୍‌ଗୁଡ଼ିକ ଖୋଲିବାକୁ କେନ୍ଦ୍ର ସରକାର କହିଛନ୍ତି । ଏନେଇ ୧୫ ତାରିଖ ପରେ କ୍ରୀଡା ବିଭାଗ ଅଧୀନରେ ଥିବା ସୁଇମିଂ ପୁଲ୍ କୁ ଅନୁମତି ମିଳିବ ବୋଲି ରାଜ୍ୟ ସରକାର କହିଛନ୍ତି ।
  • ଏହାସହ ଧର୍ମାନୁଷ୍ଠାନ, ସାମାଜିକ, ରାଜନୈତିକ, ସଭା, ସାଂସ୍କୃତିକ, କାର୍ଯ୍ୟକ୍ରମରେ ଅଧିକ ଜନସମାଗମ ଉପରେ ମାସ ସାରା କଟକଣା ବଳବତ୍ତର ରହିଛି । ତେବେ ଏସବୁ କଟକଣା ଦ୍ବାରା ରାଜ୍ୟରେ କୋରୋନା ସଂକ୍ରମଣ କିଛି ମାତ୍ରାରେ ରୋକାଯାଇପାରିବ ବୋଲି ଡାକ୍ତର କହିଛନ୍ତି ।

ଗୋଟିଏ ପଟେ ସଂକ୍ରମଣର ଦ୍ବାହି, ଅନ୍ୟପଟେ ଜୀବୀକା ଉପାର୍ଜନର ପନ୍ଥା । ଏହାରି ଭିତରେ ଛନ୍ଦି ହୋଇଯାଇଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ । ଜୀବିକାକୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ବାଟ ଫିଟାଉଥିବା ବେଳେ ରାଜ୍ୟରେ କୋରୋନାର ସ୍ଥିତିକୁ ଦେଖି ସରକାର କିଛି କୋହଳକୁ କଟକଣା କରିଛନ୍ତି । ତେବେ ଏସବୁ ଭିତରେ ରାଜ୍ୟ ଅର୍ଥନୀତିରେ ଘୋର ପ୍ରଭାବ ପଡୁଥିବାରୁ ଗାଇଡଲାଇନ ସହ କଟକଣାକୁ କୋହଳ କରିବାକୁ କହିଛନ୍ତି ବିଶେଷଜ୍ଞ ।

ତେବେ ମହାମାରୀରୁ ନିକଟ ଭବିଷ୍ୟତରେ ଆଶ୍ବାସନା ମିଳିବା ଅସମ୍ଭବ, ତଥାପି କୋରୋନା ସହ ନିତିଦିନିଆ ଭାବେ ଜୀବନ ଜୀବିକା ସହ ବଂଚିବାକୁ ପଡିବ ।