• ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ବ୍ରହ୍ମପୁରରେ ଗୁଳିକାଣ୍ଡ । ବେଗୁନିଆପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିମାଡ଼ ।
  • ଘଟଣାସ୍ଥଳରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ମୃତ୍ୟୁ ।
  • ତାଣ୍ଡବକୁ ନେଇ ମହାତାଣ୍ଡବ । ଟ୍ୱିଟରରେ ଟ୍ରେଣ୍ଡ କଲା #UNistal_Amazon ।
  • ପୁରୀରେ ସର୍ବସାଧାରଣ ଦର୍ଶନ ଆଡି ସାମୟିକ ବନ୍ଦ
  • ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ।
  • ରାତି ପାହିଲେ ଶପଥ ନେବେ ବାଇଡେନ ।
  • ବରିଷ୍ଠ ଟେଲି ଅଭିନେତା ରବି ମିଶ୍ରଙ୍କ ପରଲୋକ । ଆଜି ସକାଳେ ହୃଦଘାତ ଆସିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ପାର୍କ ନିର୍ମାଣ ଦାବି, ୬ ସଙ୍ଗଠନର ଶାନ୍ତିପୂର୍ଣ୍ଣ ଧାରଣା

ପାର୍କ ନିର୍ମାଣ କରିବା ପାଇଁ ମେଳି ହେଲେ ୬ ସଙ୍ଗଠନ । ଭଙ୍ଗା ହୋଇଥିବା କଲ୍ୟାଣ ମଣ୍ଡପ ଜାଗାରେ ପାର୍କ ନିର୍ମାଣ କରିବାକୁ କଲେ ଦାବି । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳ ୩୯ ନମ୍ବର ୱାର୍ଡର ବାସିନ୍ଦା ଏକାଠି ହୋଇ ଉକ୍ତ ଅଞ୍ଚଳରେ ପୂର୍ବରୁ ଭଙ୍ଗାଯାଇଥିବା କଲ୍ୟାଣ ମଣ୍ଡପ ସ୍ଥାନରେ ସର୍ବସାଧାରଣ ପାର୍କ ନିର୍ମାଣ କରିବାକୁ ଦାବି କରିଛନ୍ତି । 

ପାର୍କ ନିର୍ମାଣ ଦାବି, ୬ ସଙ୍ଗଠନର ଶାନ୍ତିପୂର୍ଣ୍ଣ ଧାରଣା
ଫଟୋ ସୌଜନ୍ୟ: ସମ୍ୱାଦଦାତା, ଭୁବନେଶ୍ୱର

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ପାର୍କ ନିର୍ମାଣ କରିବା ପାଇଁ ମେଳି ହେଲେ ୬ ସଙ୍ଗଠନ । ଭଙ୍ଗା ହୋଇଥିବା କଲ୍ୟାଣ ମଣ୍ଡପ ଜାଗାରେ ପାର୍କ ନିର୍ମାଣ କରିବାକୁ କଲେ ଦାବି । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳ ୩୯ ନମ୍ବର ୱାର୍ଡର ବାସିନ୍ଦା ଏକାଠି ହୋଇ ଉକ୍ତ ଅଞ୍ଚଳରେ ପୂର୍ବରୁ ଭଙ୍ଗାଯାଇଥିବା କଲ୍ୟାଣ ମଣ୍ଡପ ସ୍ଥାନରେ ସର୍ବସାଧାରଣ ପାର୍କ ନିର୍ମାଣ କରିବାକୁ ଦାବି କରିଛନ୍ତି । 

ପୂର୍ବରୁ ଏନେଇ ସ୍ଥାନୀୟ ବିଧାୟକ, ନଗର ଉନ୍ନୟନ ମନ୍ତ୍ରୀ ପ୍ରମୁଖଙ୍କୁ ଦାବି ପତ୍ର ଦେଇଥିଲେ । ହେଲେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ରାସ୍ତାକଡରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ଏହି ଅଞ୍ଚଳରେ ଏକ ସର୍ବସାଧାରଣ ପାର୍କ ନାହିଁ । ରାସ୍ତା କଡରେ ପ୍ରାତଃଭ୍ରମଣ କାରଣରୁ ବିଗତ ଦିନରେ ଜଣେ ବରିଷ୍ଠ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ତେଣୁ ବ୍ୟାୟାମ, ଖେଳପଡିଆ ଓ ଶିଶୁ ଉଦ୍ୟାନକୁ ମିଶାଇ ଏଠାରେ ଏକ ପାର୍କ ନିର୍ମାଣ କରିବାକୁ ଦାବି କରିଛନ୍ତି ୬ ସଂଗଠନ । 

'ମୋ ବସ୍' ଆଣିଲା ଜାତୀୟ ସ୍ତରୀୟ ପୁରସ୍କାର

ବରିଷ୍ଠ ନାଗରିକ କଲ୍ୟାଣ ସଂଘ, ଆଞ୍ଚଳିକ ବିକାଶ କେନ୍ଦ୍ର, ମହାବୀର ସାମାଜିକ ସଙ୍ଗଠନ, ମହାବୀର ପୂଜା କମିଟି, କସ୍ତୁରୀ ମହିଳା ସଙ୍ଗଠନ ଓ ଏଲ।ଏନ୍ ଲାଫ୍ଟର କ୍ଲବର ସଦସ୍ୟ ମାନେ ଏକାଠି ହୋଇ ଏହି ଧାରଣା ଦେଇଥିଲେ ।