ପୁରୀରୁ ପୁଣି ୪ ନୂଆ ମାମଲା, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ଶହ ପାର୍
Advertisement
Article Detail0/zeeodisha/odisha682103

ପୁରୀରୁ ପୁଣି ୪ ନୂଆ ମାମଲା, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ଶହ ପାର୍

ଆଜି ସାମ୍ନାକୁ ଆସିଥିବା ନୂଆ ମାମଲା ମଧ୍ୟରେ ଯାଜପୁରର ସର୍ବାଧିକ ୩୧ ଜଣ ଆକ୍ରାନ୍ତ ରହିଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଆଉ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୧୬୬ ଜଣ ସୁସ୍ଥ ହେଲେଣି । ଅନ୍ୟପଟେ ପୂର୍ବରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ ଏବେ ୫୬୮ଟି ସକ୍ରିୟ ମାମଲା ରହିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଆଜି ସାମ୍ନାକୁ ଆସିଥିବା ନୂଆ ମାମଲା ମଧ୍ୟରେ ଯାଜପୁରର ସର୍ବାଧିକ ୩୧ ଜଣ ଆକ୍ରାନ୍ତ ରହିଛନ୍ତି । ଫଳରେ ଯାଜପୁର ମଧ୍ୟ ୧୦୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ତାଲିକାରେ ସାମିଲ ହୋଇଛି । ସେହିପରି ଗଞ୍ଜାମରୁ ୧୩, କଟକରୁ ୬, ପୁରୀରୁ ୪, କେନ୍ଦ୍ରାପଡ଼ାରୁ ୪, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜରୁ ୨ ଓ ନୟାଗଡ଼ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନଜର ପକାନ୍ତୁ ରାଜ୍ୟ ଡ୍ୟାସବୋର୍ଡ ଉପରେ । ରାଜ୍ୟରେ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୭ ରହିଛି । ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଅନ୍ୟ ୨୭୪ ଜଣଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ବାଲେଶ୍ୱରରେ ୧୦୨, ଯାଜପୁରରେ ୧୨୧, ଖୋର୍ଦ୍ଧାରେ ୫୬, ଭଦ୍ରକରେ ୪୬, ସୁନ୍ଦରଗଡ଼ରେ ୨୬, ଅନୁଗୋଳରେ ୧୫, କେନ୍ଦ୍ରାପଡ଼ାରେ ୨୬ ଓ ମୟୂରଭଞ୍ଜରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଅନ୍ୟପଟେ ଜଗତସିଂହପୁର(୫), ପୁରୀ(୧୮), ବୌଦ୍ଧ(୪), କେନ୍ଦୁଝର(୪), କଟକ(୧୦), କଳାହାଣ୍ଡି(୨), ବଲାଙ୍ଗୀର(୨), ଝାରସୁଗୁଡ଼ା(୨), ନୟାଗଡ଼(୬), ଦେବଗଡ଼(୨), କୋରାପୁଟ(୧), ଢେଙ୍କାନାଳ(୧)ରୁ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

;