ରାଜ୍ୟରେ ଏପର୍ଯ୍ୟନ୍ତ ୨୪ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ସେହିପରି ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି ।
Trending Photos
)
ଭୁବନେଶ୍ୱର: ଓଡ଼ିଶାରେ ପୁଣି ୭ଜଣ କୋରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ଭଦ୍ରକର ହୋଇଥିବା ବେଳେ ୨ ଜଣ ବାଲେଶ୍ୱରର । ଫଳରେ ରାଜ୍ୟରେ ୬୮ରେ ପହଞ୍ଚିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ୨୪ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ସେହିପରି ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଅର୍ଥାତ ବର୍ତ୍ତମାନ ୪୩ ଜଣ କୋରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
7 New Positive Cases of #Covid19 found in #Odisha
5 new Positive Cases From Bhadrak.
2 new Positive Cases From Balasore.
Total no of cases detected: 68
Contact tracing and follow up action is being done.
— I & PR Department, Odisha (@IPR_Odisha) April 20, 2020
ଅନ୍ୟପଟେ ଆଜିଠୁ କୋରୋନା କଟକଣାରେ କୋହଳ ହେଉଛି । ଲକଡାଉନ୍ ଉଠିବ ନାହିଁ, ହେଲେ ଟିକେ ସରଳ ହେବ ଲୋକଙ୍କ ଜୀବନଯାପନ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ରାଜ୍ୟ ସରକାର କୋରୋନା କଟକଣା କୋହଳ କରିବାକୁ ନିଷ୍ପତି ନେଇଛନ୍ତି । ଲୋକସେବା ଭବନରେ ସବୁ ବିଭାଗ କାର୍ଯ୍ୟକ୍ଷମ ହେବ । ୧୧ଟି ବିଭାଗ ସହ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଓସ୍ଡ଼ମା, କ୍ରିଟିକାଲ ବିଭାଗରେ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ । ଅନ୍ୟ ଆଂଶିକ କ୍ରିଟିକାଲ ବିଭାଗର ଗ୍ରୁପ-ଏ କ୍ୟାଟେଗୋରୀର ସମସ୍ତ ଅଧିକାରୀ ଓ ଅନ୍ୟ କ୍ୟାଟେଗୋରୀର ଅଧା କର୍ମଚାରୀ ଅଫିସ ଆସିବେ । ଏହା ସହ ୧୦ଟି ସଂକ୍ରମିତ ଜିଲ୍ଲାକୁ ବାଦ୍ ଦେଲେ ୨୦ଟି ଜିଲ୍ଲାରେ ବି ସମସ୍ତ ସରକାରୀ ଅଫିସ ଖୋଲିବ । ସଂକ୍ରମିତ ୧୦ ଜିଲ୍ଲାରେ ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବେ । ଏହା ସହ ନିର୍ମାଣ ଓ ଭିତିଭୂମି କାର୍ଯ୍ୟ ଆଗେଇବା ପାଇଁ ବାଲି ସହିତ ଲଘୁ ଖଣିଜ କାରବାର ବି ଚାଲିବ ।