ବୋଲମାନୁନି କୋରୋନା, ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା
Advertisement
Article Detail0/zeeodisha/odisha681036

ବୋଲମାନୁନି କୋରୋନା, ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢି ଚାଲିଛି । ଗୁରୁବାର ୭୩ଟି ମାମଲା ପୁଣିଥରେ ସାମ୍ନାକୁ ଆସିଛି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ଶହ ପାର କରିଛି । ମୋଟ ୬୧୧ଟି ମାମଲା ରାଜ୍ୟରେ ରହିଥିବା ବେଳେ ୪୬୫ଟି ମାମଲା ବର୍ତ୍ତମାନ ସକ୍ରିୟ ରହିଛି ।   ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମ

ବୋଲମାନୁନି କୋରୋନା, ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢି ଚାଲିଛି । ଗୁରୁବାର ୭୩ଟି ମାମଲା ପୁଣିଥରେ ସାମ୍ନାକୁ ଆସିଛି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ଶହ ପାର କରିଛି । ମୋଟ ୬୧୧ଟି ମାମଲା ରାଜ୍ୟରେ ରହିଥିବା ବେଳେ ୪୬୫ଟି ମାମଲା ବର୍ତ୍ତମାନ ସକ୍ରିୟ ରହିଛି ।  

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ଆଜି ସାମ୍ନାକୁ ଆସିଥିବା ମୋଟ ୭୩ଟି ମାମଲା ମଧ୍ୟରୁ ସର୍ବାଧିକ ୪୨ ଜଣ  ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି । ସେହିପରି ଭଦ୍ରକରୁ ୯ଟି ମାମଲା ରହିଥିବା ବେଳେ ଯାଜପୁରରୁ ୧୭, ସୁନ୍ଦରଗଡ଼ରୁ ୨ଟି ଖୋର୍ଦ୍ଧାରୁ ୩ଟି ମାମଲା ସାମ୍ନାକୁ ଆସିଛି । ଏ ସମସ୍ତଙ୍କ ମଧ୍ୟରୁ ୪୭ ଜଣ ସୁରତ ଫେରନ୍ତା ରହିଛନ୍ତି । ସୁରତରୁ ଫେରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ ।  

ସେହିପରି ୨୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ୪ଜଣ କଣ୍ଟେନମେଣ୍ଟ ଅଞ୍ଚଳରେ ରହିଥିଲେ । ତେବେ ଯାଜପୁରରୁ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ନିକଟରେ ପଶ୍ଚିମବଙ୍ଗରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ସେହିପରି ଗଞ୍ଜାମର ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା । ଖୋର୍ଦ୍ଧାର ସମସ୍ତ ଆକ୍ରାନ୍ତ ମଧ୍ୟ ସୁରତରୁ ଫେରିଥିବା ବେଳେ ଭଦ୍ରକର ୯ଟି ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ୩ ଜଣ ପଶ୍ଚିମବଙ୍ଗ ଓ ଜଣେ କର୍ଣ୍ଣାଟକରୁ ଫେରିଥିଲେ ।  

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬୧୧ଟି ମାମଲା ରାଜ୍ୟରେ ରହିଛି । ତେବେ ୧୪୩ଟି ମାମଲା ସୁସ୍ଥ ହୋଇ ଫେରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅବଶିଷ୍ଟ ୪୬୫ ମାମଲା ସକ୍ରିୟ ରହିଛି । ଏସବୁ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମାମଲା ରହିଛି । ଜିଲ୍ଲାରେ ମୋଟ ୨୫୨ଜଣ ସଂକ୍ରମିତ ରହିଛନ୍ତି । ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ସୁରତ ଫେରନ୍ତା ରହିଛନ୍ତି ।  

;