)
ଭୁବନେଶ୍ୱର: ରାଜ୍ୟରେ ଆଉ ୭୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୪ ଅଙ୍କ ଛୁଇଁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପର୍ଯ୍ୟନ୍ତ ୧୦୫୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ନୂଆ ମାମଲା ମଧ୍ୟରେ ବୌଦ୍ଧର ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ତେବେ ନୂଆ ଜିଲ୍ଲା ଭାବେ ମାଲକାନଗିରିକୁ ଏଣ୍ଟ୍ରି ମାରିଛି କୋରୋନା । ସେହିପରି ଖୋର୍ଦ୍ଧାରୁ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ନୂଆ ମାମଲା ମଧ୍ୟରେ ବୌଦ୍ଧରୁ ସର୍ବାଧିକ ୨୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୧୧, କଟକରୁ ୯, ଖୋର୍ଦ୍ଧାରୁ ୭, ଗଞ୍ଜାମରୁ ୬, ଯାଜପୁରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦ୍ରାପଡ଼ାରୁ ୨ ଜଣ, ମାଲକାନଗିରିରୁ ୨ଜଣ, ବାଲେଶ୍ୱରରୁ ଜଣେ, ଢେଙ୍କାନାଳରୁ ଜଣେ ଏବଂ କନ୍ଧମାଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ନଜର ପକାନ୍ତୁ ରାଜ୍ୟ ଡ୍ୟାସବୋର୍ଡ ଉପରେ । ରାଜ୍ୟରେ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୩ ରହିଛି । ଏମାନଙ୍କ ମଧ୍ୟରୁ ୧୦୯ ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ୨ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଅନ୍ୟ ୨୦୨ ଜଣଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ଯାଜପୁରରେ ୧୭୪, ବାଲେଶ୍ୱରରେ ୧୨୨, ଭଦ୍ରକରେ ୯୫, ଖୋର୍ଦ୍ଧାରେ ୭୧, କେନ୍ଦ୍ରାପଡ଼ାରେ ୪୦, ପୁରୀରେ ୪୪, ସୁନ୍ଦରଗଡ଼ରେ ୨୭, କଟକରେ ୩୬, ଜଗତସିଂହପୁରରେ ୨୮, ଅନୁଗୋଳରେ ୧୭, ଓ ମୟୂରଭଞ୍ଜରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଅନ୍ୟପଟେ ନୟାଗଡ଼(୧୦), ବୌଦ୍ଧ(୩୩), କେନ୍ଦୁଝର(୮), କଳାହାଣ୍ଡି(୨), ବଲାଙ୍ଗୀର(୬), ଝାରସୁଗୁଡ଼ା(୨), କନ୍ଧମାଳ(୩), ଦେବଗଡ଼(୨), କୋରାପୁଟ(୧), ଢେଙ୍କାନାଳ(୨), ସମ୍ବଲପୁର(୩) ଓ ମାଲକାନଗିରି(୨)ରୁ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ରାଜ୍ୟର ସମୁଦାୟ ୧୦୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୭ ଜଣ ସୁସ୍ଥ ହେଲେଣି । ସେହିପରି ୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏବେ ଅନ୍ୟ ୭୩୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାର ୩, ଗଞ୍ଜାମର ୨ ଏବଂ କଟକର ଜଣେ ରହିଛନ୍ତି ।