Advertisement
Article Detail0/zeeodisha/odisha678207
Zee OdishaBhubneshwarପ୍ରେମ ଓ ପ୍ରତାରଣା ଅଭିଯୋଗରେ ପୋଲିସ ବାବୁଙ୍କ ନାଁରେ ମାମଲା ରୁଜୁ, କାର୍ଯ୍ୟରୁ ନିଲମ୍ବିତ

ପ୍ରେମ ଓ ପ୍ରତାରଣା ଅଭିଯୋଗରେ ପୋଲିସ ବାବୁଙ୍କ ନାଁରେ ମାମଲା ରୁଜୁ, କାର୍ଯ୍ୟରୁ ନିଲମ୍ବିତ

ଯାହା କୁହାଯାଉଛି, ଜାନୁଆରୀ ୨୦୨୦ରେ ଯୁବତୀ ଗର୍ଭବତୀ ହୋଇଥିଲେ । ପରେ ସେ ବିବାହ କରିବାକୁ ଜିଦ ଧରିଥିଲେ । ହେଲେ ଅଭିଯୁକ୍ତ ରାକେଶ ତାଙ୍କୁ ଗର୍ଭନଷ୍ଟ କରିବାକୁ କହିଥିଲେ । ପୀଡିତା ଜଣକ ମନା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ପ୍ରେମ-ପ୍ରତାରଣ ଓ ଠକେଇ ଅଭିଯୋଗ ଆସିବା ପରେ କ୍ୟାପିଟାଲ ଥାନା ସବ-ଇନସ୍ପେକ୍ଟର ରାକେଶ ସାମଲ ବିରୋଧରେ ମହିଳା ଥାନାରେ ମାମଲା ରୁଜୁ କରାଯାଇଛି । ପୁଲିସ ତାଙ୍କ ବିରୋଧରେ ଦଫା ୩୭୬, ୩୧୩, ୫୦୬ ଏବଂ ୪୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ମାମଲା ରୁଜୁ ପରେ ସମ୍ପୃକ୍ତ ପୁଲିସ ଏସଆଇକୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଅପରପକ୍ଷେ ପୀଡ଼ିତା ଅତିରିକ୍ତ ପୁଲିସ କମିଶନରଙ୍କୁ ଭେଟି ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି ।

ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ପୀଡ଼ିତା ଭୁବନେଶ୍ୱରରେ ଭଡ଼ାରେ ରହି ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି । ୨୦୧୯ ଅଗଷ୍ଟ ମାସରେ ସୋସିଆଲ ମିଡ଼ିଆ ଜରିଆରେ ତାଙ୍କର ପୁଲିସ ଏସଆଇ ରାକେଶ ସହ ପରିଚୟ ହୋଇଥିଲା । ପରେ ଯୁବତୀ ଜଣକ ସହ ରାକେଶ ନିୟମିତ କଥାବାର୍ତ୍ତା ହେବା ସହ ନିଜେ ଜଣେ ପୁଲିସ ବୋଲି ପରିଚୟ ଦେଇଥିଲେ । ଯୁବତୀ ଜଣକ ଏକ ଗାଡ଼ି କିଣିବାକୁ ଚାହୁଁଥିବା ବେଳେ ସେ ତାଙ୍କୁ କମଦାମରେ ଗାଡ଼ି ଯୋଗାଇ ଦେବାକୁ କହିଥିଲେ । ଏଥିପାଇଁ ତାଙ୍କ ଠାରୁ ୫ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ରାକେଶ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଏପରକି ଦୁହେଁ ଲିଭ ଇନ୍ ରିଲେସନସିପରେ ରହିଥିଲେ ।

ଯାହା କୁହାଯାଉଛି, ଜାନୁଆରୀ ୨୦୨୦ରେ ଯୁବତୀ ଗର୍ଭବତୀ ହୋଇଥିଲେ । ପରେ ସେ ବିବାହ କରିବାକୁ ଜିଦ ଧରିଥିଲେ । ହେଲେ ଅଭିଯୁକ୍ତ ରାକେଶ ତାଙ୍କୁ ଗର୍ଭନଷ୍ଟ କରିବାକୁ କହିଥିଲେ । ପୀଡିତା ଜଣକ ମନା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ରାକେଶ ବନ୍ଧୁକ ଦେଖାଇ ଭୟଭୀତ କରି ତାଙ୍କୁ ମେଡିସିନ ଦେଇ ଗର୍ଭନଷ୍ଟ କରିଥିଲେ । ଏହା ପରେ ସେ ତାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରି ଦେଇଥିଲେ । ଏପରିକି ଗାଡି ପାଇଁ ନେଇଥିବା ଟଙ୍କା ଫେରସ୍ତ କରି ନ ଥିଲେ । ସେ ରାକେଶଙ୍କ ସହ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା । ଏପରିକି ରାକେଶଙ୍କ ପରିବାର ଲୋକେ ତା’ ସମ୍ପର୍କରେ କିଛି କହିନଥିଲେ ।

Add Zee News as a Preferred Source

ଶେଷରେ ନିରାଶ ହୋଇ ପୀଡିତା ଜଣକ ମହିଳା ଥାନାରେ ଏତଲା ଦାୟର କରିଥିଲେ ।  ପୁଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ସେ ଗତ ଏକମାସ ହେଲା ବିନା ଦରଖାସ୍ତରେ ଛୁଟିରେ ଥିବାରୁ ପୁଲିସ ତାକୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ କହିଛି ।

About the Author