ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଏପରି ଏକ ଟ୍ୱିଟ୍ କରିଛନ୍ତି ଯାହ ବିଷୟରେ ଜାଣି ଆପଣଙ୍କ ମନ ବି ଉଲ୍ଲାସିତ ହେବ । ମୈସୁରର ଦକ୍ଷିଣମୂର୍ତ୍ତି କ୍ରିଷ୍ଣ କୁମାର ଯିଏ କି ନିଜ ଚାକିରି ଛାଡ଼ି ମାଙ୍କୁ ଭାରତ ବୁଲାଇବାର ନିଷ୍ପତ୍ତି ନେଇଛନ୍ତି । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ତାଙ୍କ ମାଆଙ୍କୁ ନିଜ ୨୦ ବର୍ଷିୟ ପୁରୁଣା ସ୍କୁଟର ମାଧ୍ୟମରେ ବିଭିନ୍ନ ଜାଗାକୁ ବୁଲେଇନେଉଛନ୍ତି ।
ସେ ଭାରତର କେରଳ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ, ତାମିଲନାଡ଼ୁ ପରି ରାଜ୍ୟକୁ ନିଜ ସ୍କୁଟରରେ ବୁଲାଇ ନେଇଛନ୍ତି । ଭାରତ ବ୍ୟତୀତ ନେପାଳ, ଭୁଟାନ, ମିଆଁମାର ଦେଶ ମଧ୍ୟ ନିଜ ସ୍କୁଟରରେ ବୁଲେଇବାକୁ ନେଇଯାଇଛନ୍ତି ।
A beautiful story. About the love for a mother but also about the love for a country... Thank you for sharing this Manoj. If you can connect him to me, I’d like to personally gift him a Mahindra KUV 100 NXT so he can drive his mother in a car on their next journey https://t.co/Pyud2iMUGY
— anand mahindra (@anandmahindra) October 23, 2019
ଦକ୍ଷିଣମୂର୍ତ୍ତିଙ୍କ ଏହି କାହାଣୀ ଜାଣି ଆନନ୍ଦ ମହିନ୍ଦ୍ରା ଖୁବ ସୁନ୍ଦର କାମ ବୋଲି କ୍ୟାପସନ ଲେଖିବା ସହିତ ମୋନଜ କୁମାର ଯିଏ ଦକ୍ଷିଣମୂର୍ତ୍ତିଙ୍କ କାହାଣୀ ଟ୍ୱିଟ୍ କରିଥିଲେ ତାକୁ ରିଟ୍ୱିଟ୍ କରିଛନ୍ତି । ଆଉ ଲେଖିଛନ୍ତି ମାଆଙ୍କ ପ୍ରତି ତଥା ଭାରତ ପରି ପ୍ରେମ ଦେଖି ସେ ଖୁବ ଖୁସି । ଏବଂ ଆନନ୍ଦ ଏହା ମଧ୍ୟ କହିଛନ୍ତି ଯଦି ତାଙ୍କର ଦକ୍ଷିଣମୂର୍ତ୍ତିଙ୍କ ସହ ଯୋଗାଯୋଗ ହୋଇ ପାରନ୍ତା ତେବେ ସେ ତାଙ୍କୁ ବ୍ୟକ୍ତିଗତ ଭାବେ ମହିନ୍ଦ୍ରା KUV 100 NXT ଚାରି ଚକିଆ ଗାଡ଼ି ଉପହାରରେ ଦେବେ । ଯାହା ଦ୍ୱାରା ସେ ଅତି ସହଜରେ ଓ ଆରାମରେ ତାଙ୍କ ମାଆଙ୍କୁ ଆଗାମୀ ଯାତ୍ରାରେ ନେଇ ଯାଇପାରିବେ ।
ଆନନ୍ଦ ମହିନ୍ଦ୍ରାଙ୍କ ଏପରି ପୋଷ୍ଟରେ ୪,୦୦୦ ଲାଇକ ହୋଇଛି ।