ଲକ୍ ଡାଉନ୍ ସମୟ କେମିତି କାଟୁଛନ୍ତି ସୁଲତା ଦେଓ ?
Advertisement
Article Detail0/zeeodisha/odisha665302

ଲକ୍ ଡାଉନ୍ ସମୟ କେମିତି କାଟୁଛନ୍ତି ସୁଲତା ଦେଓ ?

ସୁଲତା ଦେଓ । ଟିଭି ଷ୍ଟୁଡ଼ିଓ ଡିବେଟରେ ବିଜେଡ଼ିର ଏକ ଜଣାଶୁଣା ନାଁ । ଦଳର ମୁଖପାତ୍ର ସାଙ୍ଗକୁ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଦାୟିତ୍ୱ ବି ତୁଲାଉଛନ୍ତି ସୁଲତା । 

ଫାଇଲ ଫଟୋ
ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ସମସ୍ତଙ୍କୁ ଏବେ କୋରୋନାର ଡ଼ର । ସରକାରଙ୍କ ଗାଇଡ଼୍ ଲାଇନ୍ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ସଚେତନ ନାଗରିକମାନେ ଘରୁ ବାହାରୁନାହାଁନ୍ତି । ରାଜଧାନୀରେ ଥିବା ରାଜନେତା ହୁଅନ୍ତୁ କି ସରକାରୀ କର୍ମଚାରୀ କି ପ୍ରଶାସକ କି ପୁଣି ସେଲିବ୍ରିଟି, ନିଜ ବ୍ୟସ୍ତବହୁଳ ଜୀବନରେ ମିଳିଛି ଏକ ବଡ଼ ବିରତି । ନିଜ ନିଜ ପସନ୍ଦର କାମ କରି ସମୟ ଅତିବାହିତ କରୁଛନ୍ତି ରାଜଧାନୀବାସୀ । ଶାସକ ବିଜେଡ଼ିର ମୁଖପାତ୍ର ତଥା ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ ଟିକେ ଭିନ୍ନ ଢଙ୍ଗରେ କାଟୁଛନ୍ତି ସମୟ । ପେଟ୍ ଲଭର୍ସ ଭାବେ ଜଣାଶୁଣା ଏହି ଦେଓ ଦମ୍ପତିଙ୍କ ଅଧିକାଂଶ ସମୟ ବିତୁଛି ପଶୁପକ୍ଷୀଙ୍କ ସେବାରେ । ଘରକାମରେ ପତ୍ନୀଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱାମୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନର ପ୍ରଭାବ ବି ପଡ଼ିଛି ଏମାନଙ୍କ ଉପରେ ।

ସୁଲତା ଦେଓ । ଟିଭି ଷ୍ଟୁଡ଼ିଓ ଡିବେଟରେ ବିଜେଡ଼ିର ଏକ ଜଣାଶୁଣା ନାଁ । ଦଳର ମୁଖପାତ୍ର ସାଙ୍ଗକୁ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଦାୟିତ୍ୱ ବି ତୁଲାଉଛନ୍ତି ସୁଲତା । ହେଲେ ଏବେ ଲକ୍ ଡ଼ାଉନ୍ ସମୟରେ କିପରି କାଟୁଛନ୍ତି ସମୟ ? ସାଧାରଣତଃ ପେଟ୍ ଲଭର୍ସ ଭାବେ ଜଣାଶୁଣା ଏହି ଦେଓ ଦମ୍ପତିଙ୍କ ଅଧିକାଂଶ ସମୟ ବିତୁଛି ପଶୁପକ୍ଷୀଙ୍କ ସେବାରେ । ରାସ୍ତାରେ ବୁଲୁଥିବା କୁକୁର ହୁଅନ୍ତୁ କି ଗାଈଗୋରୁ କି ପୁଣି ପାରା, କାଉ ଭଳି ଚଢ଼େଇଙ୍କୁ ଖାଇବାକୁ ଦେବାରେ ସ୍ୱାମୀ-ସ୍ତ୍ରୀଙ୍କୁ ମିଳିଥାଏ ଆନନ୍ଦ । ଲକ୍ ଡାଉନ୍ ପୂର୍ବରୁ ଅନେକ ଲୋକ ପଶୁପକ୍ଷୀଙ୍କ ସେବା କରିଥାନ୍ତ, ହେଲେ ଏବେ କଟକଣା ଯୋଗୁଁ ଅନେକ ଲୋକ ବାହାରକୁ ଆସିପାରୁନାହାଁନ୍ତି । ଏହି ସମୟରେ ନିଜ ଘରପାଖରେ ଏମାନଙ୍କୁ ଖାଦ୍ୟପାନୀୟ ଯୋଗାଉଛନ୍ତି ସୁଲତା ଓ ତାଙ୍କ ସ୍ୱାମୀ ବିକ୍ରମ ଦେଓ । ସ୍ୱାମୀଙ୍କୁ ରୋଷେଇ କାମ ସିନା ଜଣାନାହିଁ, ହେଲେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଆହ୍ୱାନକୁ ଗ୍ରହଣ କରି ବାକି କାମରେ ସୁଲତାଙ୍କୁ ସାହାଯ୍ୟ କରୁଛନ୍ତି ସ୍ୱାମୀ ବିକ୍ରମ ।

ପଶୁପକ୍ଷୀଙ୍କ ସେବାରେ ଏମାନଙ୍କୁ ମିଳିଥାଏ ଅପାର ଆନନ୍ଦ । କେତେବେଳେ ରାସ୍ତା କଡ଼ରେ ଛିଡ଼ା ହୋଇ ପାରାମାନଙ୍କୁ ଖାଇବାକୁ ଦେବା ହେଉ କି ପୁଣି କେତେବେଳେ ନିଜ ଘର ସାମ୍ନାରେ ବୁଲା ଗାଈଗୋରୁଙ୍କୁ ଖାଦ୍ୟ ପାନୀୟ ବିତରଣ । ପୁଣି କେତେବେଳେ ଘର ଭିତରେ ଥିବା ପୋଷା ବିଲେଇ, ଶୁଆ ଓ କୁକୁରଙ୍କ ସେବାରେ ବିତୁଛି ଏମାନଙ୍କ ସମୟ । ରୋଷେଇ କାମରେ ତାଙ୍କ ସ୍ତ୍ରୀ ଶ୍ରେଷ୍ଠ ବୋଲି କୁହନ୍ତି ସୁଲତାଙ୍କ ସ୍ୱାମୀ ବିକ୍ରମ । ତେଣୁ କିଛି ଅଭିଯୋଗ ବି ନଥାଏ । ଘରେ ବସି ବସି ବୋର୍ ହେଉଥିବାରୁ ବାରମ୍ବାର ଚାହା ତିଆରି କରିବା ପାଇଁ ଅନୁରୋଧ କରିଥାନ୍ତି ସ୍ୱାମୀ । ତେବେ ଘରେ ରହିବା ପାଇଁ ସରକାର ଯେଉଁ ଗାଇଡ଼୍‌ଲାଇନ୍ ଜାରି କରିଛନ୍ତି, ଏଥିରେ ସରକାରଙ୍କ ଲାଭକ୍ଷତି ଅପେକ୍ଷା ବ୍ୟକ୍ତିଗତ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ଅପିଲ କରିଛନ୍ତି ଦେଓ ଦମ୍ପତି ।

ବୁଲା କୁକୁର ହୁଅନ୍ତୁ କି ଗାଈଗୋରୁ କି ପୁଣି ପାରା, କାଉ ଭଳି ଚଢେଇ, ଦେଓ ଦମ୍ପତି ରାସ୍ତାକୁ ଆସିଲେ, ସେମାନଙ୍କୁ ଖାଦ୍ୟ ପାନୀୟ ମିଳିବାର ଭରସା ବି ଥାଏ ସେମାନଙ୍କୁ । ତେଣୁ ଡାକଟିଏ ମାରିଲେ ଦେଓ ଦମ୍ପତିଙ୍କ ଦେବା ପାଇବା ପାଇଁ ଏମାନେ ବି ଆଗଭର ।

;