ବଦଳିଲେ ପୋଲିସ ଡିଜି; ଅଭୟ ହେବେ ଡିଜିପି
Advertisement

ବଦଳିଲେ ପୋଲିସ ଡିଜି; ଅଭୟ ହେବେ ଡିଜିପି

ବି.କେ.ଶର୍ମାଙ୍କୁ  ରାଜ୍ୟ ସରକାର ପଦରୁ ହଟାଇଛନ୍ତି । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର:  ବଦଳିଛନ୍ତି  ପୋଲିସ ଡିଜି ବି.କେ ଶର୍ମା । ବି.କେ.ଶର୍ମାଙ୍କୁ  ରାଜ୍ୟ ସରକାର ପଦରୁ ହଟାଇଛନ୍ତି । 
ନୂଆ ପୋଲିସ ଡିଜି ଭାବେ ଅଭୟ  ନିଯୁକ୍ତ ହୋଇଛନ୍ତି । ଏବେ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅଭୟ । ମଧ୍ୟବର୍ତ୍ତୀ କାଳୀନ ଡିଜି ଦାୟିତ୍ୱରେ ରହିବେ ସତ୍ୟଜିତ ମହାନ୍ତି । ସତ୍ୟଜିତଙ୍କୁ ତୁରନ୍ତ ଦାୟିତ୍ୱ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୁନୀଲ ରାୟ  ଅଗ୍ନିଶମ ବିଭାଗ ଡିଜି ହୋଇଛନ୍ତି । ସତ୍ୟଜିତଙ୍କୁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି  ଦିଆଯାଇଥିବା ବେଳେ  ବି. କେ ଶର୍ମାଙ୍କୁ ଗୃହ ବିଭାଗର OSD ଦାୟିତ୍ୱ ଦିଆଯାଇଛି ।
ଅଗ୍ନିଶମ ବିଭାଗ ଡିଜି ଥିଲା ବେଳେ ବିଜୟ କୁମାର ଶର୍ମାଙ୍କ ନାଁରେ ଅଭିଯୋଗ ଆସିଥିଲା । ଫାୟାର ସେଫ୍ଟି ସାର୍ଟିଫିକେଟ୍ ପ୍ରଦାନରେ ଅନିୟମିତତା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଗତ ଅଗଷ୍ଟ ମାସରେ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବିଜୟ ଶର୍ମା ।