ଗୁରୁତର ଅବସ୍ଥାରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Trending Photos
ଭୁବନେଶ୍ୱର: ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ । ଗୁରୁତର ଅବସ୍ଥାରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୃଦଘାତରେ ପୀଡ଼ିତ ଥିବାରୁ ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ।
ଯାହା ଜଣାପଡ଼ିଛି, ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ତୁରନ୍ତ ହାଇଦ୍ରାବାଦରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବିଜୟଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସବିଶେଷ ବିବରଣୀ ଏପର୍ଯ୍ୟନ୍ତ ଦିଆଯାଇନାହିଁ ।
ଅନ୍ୟପଟେ ଓଲିଉଡ଼ର ଏହି ଲୋକପ୍ରିୟ ଅଭିନେତା ଭେଣ୍ଟିଲେଟରରେ ଥିବା ଜାଣି ତାଙ୍କ ଦୀର୍ଘାୟୁ କାମନା କରୁଛନ୍ତି ଶୁଭେଚ୍ଛୁ ।