)
ସରୋଜ ବେହେରା, ଭୁବନେଶ୍ୱର:- ଦିନ ଯେତିକି ଗଡ଼ୁଛି, ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା (Aditya Dash death case) ର ମୋଡ଼ ସେତିକି ବଦଳୁଛି । ରହସ୍ୟମୟୀ ଯୁବତୀଙ୍କୁ ନେଇ କିଛିଦିନ ଧରି ଯେଉଁ ରହସ୍ୟ ଲାଗି ରହିଥିଲା, କ୍ୟାମେରା ସାମ୍ନାକୁ ଆସି ସେହି ସସପେନ୍ସର ଦିଗ ବଦଳାଇ ଦେଇଛନ୍ତି ଆଦିତ୍ୟଙ୍କ EX ଗର୍ଲଫ୍ରେଣ୍ଡ ଚିନ୍ମୟୀ ମହାପାତ୍ର (Chinmayee Mohapatra) । ଘଟଣାରେ ଏବେ ଏଣ୍ଟ୍ରି ମାରିଛି ଲଭଷ୍ଟୋରୀ । ସେଇଟା ପୁଣି ଟ୍ରାଏଙ୍ଗୁଲାର ଲଭଷ୍ଟୋରୀ (Triangle Love Story) । ସନ୍ଦେହର ନୀଳହ୍ରଦରେ ଉବୁଟୁବୁ ହେଉଥିବା କ୍ରାଇମବ୍ରାଞ୍ଚ ହାତରେ ଏଯାଏ ସେମିତି କିଛି ତଥ୍ୟ ଲାଗି ନ ଥିଲେ ବି, ବୟାନବାଜି ଭିତରୁ ତ୍ରିକୋଣୀୟ ପ୍ରେମ କାହାଣୀ ସ୍ପଷ୍ଟ ବାରି ହୋଇପଡୁଛି । ଏହାରି ଭିତରେ ନାନା ପ୍ରଶ୍ନ ମନକୁ ଆସୁଛି । ଆଦିତ୍ୟ ଓ ଚିନ୍ମୟୀଙ୍କ ବ୍ରେକଅପ୍ କାହିଁକି ହୋଇଥିଲା ? କାହିଁକି ଚିନ୍ମୟୀଙ୍କ ମା' ବିବାହ ପାଇଁ ମନା କରିଥିଲେ ? ବିଦ୍ୟାଶ୍ରୀ (Bidyashree) ଙ୍କ ଏଣ୍ଟ୍ରି କେମିତି ହୋଇଥିଲା ? ଚିନ୍ମୟୀଙ୍କ ବିଷୟରେ ବିଦ୍ୟାଶ୍ରୀ ଜାଣିବା ପରେ ଘଟଣାର ମୋଡ଼ ବଦଳିଥିଲା କି ? ବିଦ୍ୟାଶ୍ରୀଙ୍କ ବୟାନ ଆଧାରରେ ଆଦିତ୍ୟ ଯଦି ତାଙ୍କୁ ସବୁ କହୁଥିଲେ, ତେବେ ସବୁ ଗରଳକୁ ପିଇ ଦେଇ ଜଳୁଥିଲେ କି ବିଦ୍ୟାଶ୍ରୀ ? ଲାଇ ଡିଟେକ୍ସନରୁ ଧରା ପଡ଼ିବ ତ ସତ ?
ଆଦିତ୍ୟଙ୍କ ବନ୍ଧୁ ପପୁ ମଧ୍ୟ Triangle love story କଥାକୁ ସ୍ୱୀକାର କରିଛନ୍ତି । ଆଦିତ୍ୟ ଓ ଚିନ୍ମୟୀ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ୨୦୧୯ ଅଗଷ୍ଟ ମାସରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ । ପିପୁଲ ଫର ସେବା ଆଶ୍ରମକୁ ବି ଉଭୟ ସାଥି ହୋଇ ଆସୁଥିଲେ । ଏହି ସମ୍ପର୍କ ଜାନୁଆରୀ ଯାଏ ରହିଥିଲା । ବିଦ୍ୟାଶ୍ରୀ ସଂସ୍ପର୍ଶରେ ଆସିବା ପରେ ଆଦିତ୍ୟ ଚିନ୍ମୟୀଙ୍କ ସମ୍ପର୍କ କାଟିଥିଲେ । ପାରିବାରିକ ସ୍ୱୀକୃତି ନ ଥିବା କହି ଦୂରେଇଥିଲେ ଥିଲେ ଆଦିତ୍ୟ । ବିବାହକୁ ନେଇ ଚିନ୍ମୟୀଙ୍କ ମା' ରାଜି ନ ଥିଲେ ବୋଲି ପପୁଙ୍କୁ କହିଥିଲେ ଆଦିତ୍ୟ । ମାତ୍ର ଉଭୟଙ୍କ ବ୍ରେକ୍ ଅପ୍ ପଛରେ କଣ ସତ ସେକଥା କେହି ଜାଣି ନାହାନ୍ତି । ତେବେ ଏଠାରେ ବ୍ରେକଅପ୍ କାରଣକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚିନ୍ମୟୀଙ୍କ ସହ ବ୍ରେକଅପ୍ ହେବା ଏବଂ କେନ୍ଦ୍ରାପଡ଼ାରେ ବିଦ୍ୟାଶ୍ରୀଙ୍କୁ ବିବାହ କରିବା ପଛରେ ରହିଥିବା ଗୁମର କଥା ଅନେକ କିଛି ବୟାନ କରୁଛି ।
୫ ମାସର ପ୍ରେମ ପରେ ଆଦିତ୍ୟ ଚିନ୍ମୟୀକୁ ଭୁଲି ଯାଇଥିଲେ । ସେପଟେ ଜାନୁଆରୀ ୪ରେ ଟିକଟକରେ ଯୋଗାଯୋଗ ହେଲେ ବିଦ୍ୟାଶ୍ରୀ । ସେଠାରୁ ଆରମ୍ଭ ହେଲା ପ୍ରେମ । ବିବାହ ପାଇଁ ଅକ୍ଟୋବର କିମ୍ବା ନଭେମ୍ୱର ପାଇଁ ଦିନ ଧାର୍ଯ୍ୟ କରିଥିଲେ ଆଦିତ୍ୟ । ହେଲେ କଣ ଏଭଳି ଘଟିଲା ଯେ ଆଦିତ୍ୟ ଚିନ୍ମୟୀଙ୍କ ସହ ବ୍ରେକଅପ କରି ହଠାତ୍ ବିଦ୍ୟାଶ୍ରୀଙ୍କୁ ବିବାହ କଲେ । ସେମିତି ବି ଆଦିତ୍ୟଙ୍କ ଅନେକ ଫ୍ୟାନ ଫଲୋଅର ରହିଥିଲେ । ସେମାନଙ୍କ ମଧ୍ୟରେ ଅନେକ ଝିଅ ମଧ୍ୟ ରହିଥିଲେ । ହେଲେ ଗତ ବର୍ଷକ ମଧ୍ୟରେ ଏ ଦୁଇ ଜଣଙ୍କ ସଷ୍ପର୍ଶରେ ରହିଥିଲେ ଆଦିତ୍ୟ । ଏଭଳି ଅନେକ ପ୍ରଶ୍ନ ଏବେ ଆଦିତ୍ୟଙ୍କ ମୃତ୍ୟୁ ମାମଲା ପରେ ସାଧରଣରେ ଉଠିବାରେ ଲାଗିଛି ।
ସେପଟେ କେହି ଜଣେ ଲୋକର ପ୍ରତିକ୍ରିୟା ଆଧାରରେ ତଦନ୍ତ କରାଯାଏ ନାହିଁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତଥ୍ୟ ପ୍ରମାଣ ଆଧାରରେ ତଦନ୍ତର ଗତି ଆଗକୁ ଚାଲିଛି । ଲାଏ ଡିଟେକସନ ଟେଷ୍ଟ ରିପୋର୍ଟ ପରି କେତେକ ଟେଷ୍ଟ ରିପୋର୍ଟ ଆସିବା ପରେ ଏକ୍ସପର୍ଟ ସହ ଆଲୋଚନା କରି ଘଟଣା ସାମନାକୁ ଅଣାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।