ଭୁବନେଶ୍ୱର: ଓଡିଶାରୁ ଚାଲିଯାଇଛି ବୁଲବୁଲ୍ । ଏବେ ଆଉ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । ଆଗମୀ ୭ ଦିନ ଯାଏଁ ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ବିଶେଷ କରି ଆକାଶ ସଫା ରହିବ । ଫଳରେ ଉପକୂଳ ଓ ଆଭ୍ୟନ୍ତରିଣ ଓଡିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ । ଏହି କାରଣରୁ ଶୀତ ଅନୁଭୂତ ହେବ ।
ତେବେ ଶୀତଋତୁର ଜାଡ ଏବେ ପରିଲିକ୍ଷିତ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ହିମାଳୟ ଦିଗରୁ ଥଣ୍ଡା ପବନ ଭାରତରେ ପ୍ରବେଶ କରି ନାହିଁ ଏହା ଡିସେମ୍ବର ମାସରେ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।