କୋରୋନା ଆତଙ୍କ; ଛଅ ମାସ ପରେ ଓଡିଶାବାସୀଙ୍କ ପାଇଁ ଆସିଲା ଖୁସି ଖବର
X

କୋରୋନା ଆତଙ୍କ; ଛଅ ମାସ ପରେ ଓଡିଶାବାସୀଙ୍କ ପାଇଁ ଆସିଲା ଖୁସି ଖବର

ରାଜ୍ୟରେ କୋରୋନା ପ୍ରକୋପ ଆରମ୍ଭ ହେବା ଦିନଠୁ ଲଗାତାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିଲା। ତେବେ ତାହା ଗତ କିଛି ସପ୍ତାହ ହେଲା କମିଥିଲା। ତଥାପି ମହାମାରୀରେ ମୁଣ୍ଡ ଗଡିବା ଜାରି ରହିଥିଲା।

କୋରୋନା ଆତଙ୍କ; ଛଅ ମାସ ପରେ ଓଡିଶାବାସୀଙ୍କ ପାଇଁ ଆସିଲା ଖୁସି ଖବର

ଭୁବନେଶ୍ୱର: ଦୀର୍ଘ ୬ ମାସ ପରେ ରାଜ୍ୟବାସୀଙ୍କ ପାଇଁ ଆସିଛି ଖୁସି ଖବର। ଗତ ୨୪ ଘଣ୍ଟାରେ କୌଣସି କୋରୋନା ଜନିତ ମୃତ୍ୟୁ ହୋଇନାହିଁ। ଜାନୁଆରୀ ୫ ତାରିଖ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ ବୋଲି ବୁଧବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ କୋରୋନା ପ୍ରକୋପ ଆରମ୍ଭ ହେବା ଦିନଠୁ ଲଗାତାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିଲା। ତେବେ ତାହା ଗତ କିଛି ସପ୍ତାହ ହେଲା କମିଥିଲା। ତଥାପି ମହାମାରୀରେ ମୁଣ୍ଡ ଗଡିବା ଜାରି ରହିଥିଲା। ସ୍ୱାସ୍ଥ୍ୟ ବିଭାଗର କହିବା ଅନୁସାରେ ୬ ମାସ ପରେ ରାଜ୍ୟରେ ଦୈନିକ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ହୋଇଛି। ଜାନୁଆରୀ ୫ ତାରିଖ ଦିନ କୌଣସି କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ। ଏଥିରେ କୋରୋନା ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ। ଯେଉଥିପାଇଁ ସେମାନଙ୍କୁ ସରକାର ସ୍ୟାଲୁଟ କରିଛନ୍ତି।

Also Read: ଜାନୁଆରୀ ୮ରୁ ଖୋଲିବ ସ୍କୁଲ, ଆସିଲା ଗାଇଡଲାଇନ୍

ସେପଟେ ଗତ ୨୪ ଘଣ୍ଚାରେ ରାଜ୍ୟରେ ୨୩୧ ଜଣ ନୂଆ କୋରୋନା ଆକ୍ରାନ୍ତ (corona positive) ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୩ ଓ ସ୍ଥାନୀୟ ଅଞ୍ଚଳରୁ ୯୮ ଜଣ ପଜିଟିଭ୍ ବାହାରିଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୩୨, ବରଗଡରୁ ୨୫ ଓ ଅନୁଗୋଳରୁ ୨୧ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ରାଜ୍ୟର ୩ ଜଣ ମଧ୍ୟ କୋରୋନା (Corona Virus) ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ (Odisha Health Dept) କହିଛି।

ନୂଆ ଆକ୍ରାନ୍ତଙ୍କ ସହ ରାଜ୍ୟରେ ମୋଟ କୋରୋନା ପିଜିଟିଭ୍ ସଂଖ୍ୟା ୩୩୦୯୨୧ରେ ପହଞ୍ଚିଛି। ୩୨୬୭୭୮ ଜଣ ଆରୋଗ୍ୟ ହୋଇଥିବା ବେଳେ ଏବେ ବି ୨୨୦୩ଟି ଆକ୍ଟିଭ୍ କେସ ରହିଛି। ମହାମାରୀରେ ୧୮୮୭ ଜଣଙ୍କ ମୃତ୍ୟୁ (Corona Death) ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ୭୦୬୫୦୭୮ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିବା ସରକାର ତଥ୍ୟ ଦେଇଛନ୍ତି।

 

 

 

 

Trending news