)
ଭୁବନେଶ୍ୱର: ଲକଡାଉନ୍ ଯୋଗୁ ବିଦେଶରେ ଅନେକ ଭାରତୀୟ ଫସି ରହିଛନ୍ତି । ଏମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ୍ ଆରମ୍ଭ କରିଥିଲେ । ଯାହା ବର୍ତ୍ତମାନ ଜାରି ରହିଛି । ହଜାର ହଜାର ଭାରତୀୟ ସ୍ୱଦେଶ ଫେରିଲେଣି । ଏହି କ୍ରମରେ ଦୁବାଇରୁ ଏକ ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି । ୧୪୯ ଜଣ ଓଡ଼ିଆ ଯାତ୍ରୀ ଏହି ବିମାନରେ ଓଡ଼ିଶା ଫେରିଛନ୍ତି ।
ଗୁରୁବାର ରାତି ୯.୧୫ରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା । ଦୁବାଇରୁ ୧୪୯ ଯାତ୍ରୀଙ୍କୁ ଧରି ଓଡ଼ିଶା ଅଭିମୁଖେ ବାହାରିଥିଲା ଏହି ବିମାନ । ତେବେ ଭୁବନେଶ୍ୱରରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ସେହିପରି ଯାତ୍ରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।
Odisha: Air India special flight carrying 149 passengers from Dubai landed at Biju Patnaik International Airport in Bhubaneswar at about 9:15 PM on May 14. #VandeBharatMission pic.twitter.com/Np8VGpfZN8
— ANI (@ANI) May 14, 2020