close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଓଃ! ଆଉ ସହି ହେଉନି...

ଦିଲ୍ଲୀରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଲୋକଙ୍କୁ ହେଉଛି ପ୍ରବଳ ଅସୁବିଧା

ଓଃ! ଆଉ ସହି ହେଉନି...
ସୌଜନ୍ୟ: ସୋସିଆଲ ମିଡିଆ

ମୋନିକା ମହାନ୍ତି, ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ବେଶ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଏଠାକାର ପରିବେଶ ହୋଇଯାଇଛି ସମ୍ପୂର୍ଣ୍ଣ ବିଷାକ୍ତ । ଦିଲ୍ଲୀର ଚାନ୍ଦିନୀଚୌକ ଏବଂ ନୋଏଡାରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଆଜି ସକାଳୁ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୯୨ ଥିବା ବେଳେ ଚାନ୍ଦିନୀଚୌକରେ ଏୟାର କ୍ୱାଲିଟି ଇଣ୍ଡେକ୍ସ  ୬୭୩ରେ ପହଞ୍ଚି ଯାଇଛି । ସେହିପରି ନୋଏଡାରେ ବୁଧବାର ଏୟାର କ୍ୱାଲିଟି ୫୩୫ରେ ରହିଛି । ଦିଲ୍ଲୀରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଲୋକଙ୍କୁ ପ୍ରବଳ ଅସୁବିଧା ହେଉଛି । ଧୂଳି ଧୂଆଁ ଦିଲ୍ଲୀର ଆଖପାଖ ଅନେକ ଅଞ୍ଚଳରେ ବ୍ୟାପିଯାଇଛି, ଯେଉଁଆଡ଼େ ଦେଖ ଖାଲି ଧୂଳି ଓ ଧୂଆଁ, ଦୀପାବଳୀରେ ଫୁଟାଯାଇଥିବା ବାଣର ପ୍ରଭାବରେ ଦିଲ୍ଲୀରେ ସ୍ଥିତି ଏଭଳି ହୋଇଛି, ପାଣିପାଗ ବିଭାଗର ସୂଚନା ମୁତାବିକ ଦିଲ୍ଲୀ ଏନସିଆରରେ କିଛିଦିନ ଧରି ଏଭଳି ପ୍ରଦୂଷଣ ଜାରି ରହିବ ।

ସେପଟେ ଗତକାଲିର ମିଳିଥିବା ରିପୋର୍ଟ ମୁତାବିକ ଗାଜିଆବାଦ ଦେଶର ସବୁଠାରୁ ପ୍ରଦୂଷଣ ସହର ପାଲଟି ଯାଇଛି, ଦ୍ୱିତୀୟ ସ୍ଥାନରେ ନୋଇଡା, ଏବଂ ତୃତୀୟ ସ୍ଥାନରେ ଗ୍ରେଟର ନୋଇଡା ରହିଛି, ଏବଂ ଚତୁର୍ଥ ସ୍ଥାନରେ ମୁରାଦାବାଦ ରହିଛି । ଦେଶର ରାଜଧାନୀ ଦିଲ୍ଲୀ ରେ ୪୦୦ ଏକ୍ସୟୁଆଇ ସହ ଏବେ ପ୍ରଦୂଷଣର ମାତ୍ରାରେ ଷଷ୍ଠ ସ୍ଥାନରେ ରହିଛି ।

ଅନ୍ୟପଟେ ହରିଆଣା ଏବଂ ପଞ୍ଚାବରେ ମଧ୍ୟ ପ୍ରଦୂଷଣ ମାତ୍ରା ଖୁବ ବଢିଛି, ଆମେରିକୀୟ ସ୍ପେସ ଏଜେନ୍ସି NASA ସାଟେଲାଇଟ ଜରିଆରେ ଏ ନେଇ ଚିତ୍ର ପଠାଇଛି, ଏଥିରେ ସଫା ସଫା ଦେଖାଯାଉଛି କିଭଳି ଅବସ୍ଥା ଦିନକୁ ଦିନ ବେଶ ଖରାପ ହେବାରେ ଲାଗିଛି, ସେପଟେ ଏଭଳି ପ୍ରଦୂଷଣ ନେଇ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ବଢୁଥିବା ପ୍ରଦୂଷଣ ନେଇ ହଇରାଣରେ ପଡିଯାଇଛନ୍ତି । ଏ ବର୍ଷ ଦିୱାଲୀ ପରେ ଦିଲ୍ଲୀ ଏନସିଆରର ପବନ ଯେମିତି ପାଲଟି ଯାଇଛି ବିଷାକ୍ତ, ଅନେକ ଲୋକେ ଏହି ବିଷାକ୍ତ ପ୍ରଦୂଷଣର ଶିକାର ହେଉଛନ୍ତି,  ସେପଟେ କେବଳ ଦିଲ୍ଲୀ ଏନସିଆରରେ ନୁହେଁ ଚାନ୍ଦୀନିଚୌକର ଅବସ୍ଥା ମଧ୍ୟ ଏବେ ବେହାଲ । ସେଠାରେ ଲୋକେ ନିଶ୍ୱାସ ନେବାରେ ଖୁବ କଷ୍ଟ ଅନୁଭବ କରୁଛନ୍ତି ଲୋକେ, ଅନେକ  ଲୋକଙ୍କୁ ଖରାପ ପାଗ କାରଣରୁ ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଖୁବ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ, ସେପଟେ ଆଜି ସକାଳେ ଯଦି ଦେଖିବା ପବନର ମାନ ୩୯୨ ମପା ଯାଇଛି । 

ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ର ଏଭଳି ବଢିବାରେ ଲାଗିଛି ଯାହା ପୂର୍ବ କିଛି ବର୍ଷ ତୁଳନାରେ ଖୁବ ଅଧିକ । ଚଳିତ ବର୍ଷ ଦୀପାବଳି ପରଦିନ ପ୍ରଦୂଷଣ ସ୍ତର କମଥିବା ଜଣାପଡ଼ିଛି । ଚଳିତ ବର୍ଷ ଏୟାର କ୍ୱାଲିଟି ଇଣ୍ଡେକ୍ସ ସର୍ବନିମ୍ନ ୫୮ ରହିଥିବା ବେଳେ, ସର୍ବାଧିକ ଏକ ହଜାର ୭୦ ରେକର୍ଡ ହୋଇଛି । ତେବେ ୨୦୧୮ରେ ସର୍ବନିମ୍ନ ୬୯ ରହିଥିବା ବେଳେ ସର୍ବାଧିକ ଏକ ହଜାର ୬୦ ରେକର୍ଡ ହୋଇଥିଲା । ଏଭଳି ପରିସ୍ଥିତି ଆଗକୁ ଜାରି ରହିଲେ ମଣିଷ ଜୀବନ କେତେ ବିପଦପୂର୍ଣ୍ଣ ପାଲଟି ଯିବ ଏ କଥାର ନାହିଁ କୌଣସି ଅନୁମାନ । ତେଣୁ ଏଭଳି ପରିସ୍ଥିତିରେ ଏବେଠାରୁ ସତର୍କ ଏବଂ ସାବଧାନ ହେବାର ରହିଛି ନିହାତି ଆବଶ୍ୟକତା ।