close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସମ୍ଭାବ୍ୟ ବାତ୍ୟା ବୁଲବୁଲ ପାଇଁ ୩ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

SRCଙ୍କ ସୂଚନା ପରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ

ସମ୍ଭାବ୍ୟ ବାତ୍ୟା ବୁଲବୁଲ ପାଇଁ ୩ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ମାଡିଆସୁଥିବା ସମ୍ଭାବ୍ୟ ବାତ୍ୟା ବୁଲବୁଲକୁ ଆଖି ଆଗରେ ୩ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରୁଛନ୍ତି ଜିଲ୍ଲାପାଳ । SRCଙ୍କ ସୂଚନା ପରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ନଭେମ୍ୱର ୮ ଓ ୯ ତାରିଖରେ ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରିଯାଇଛି । ଆଜି ସକାଳେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପର ନେଇଛି । ସମ୍ଭାବ୍ୟ ବାତ୍ୟା ବୁଲବୁଲ ପାରାଦୀପଠାରୁ ୭୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ବୁଲବୁଲ ଓଡ଼ିଶା ଉପକୂଳ ଠାରୁ ୧୧୦ କିମି ଦୂରରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗତ ୨ ଦିନ ହେବ ସୃଷ୍ଟ ଲଘୁଚାପ ଉପରେ ନଜର ରଖାଯାଇଥିଲା । ଲଘୁଚାପ ବାତ୍ୟାରେ ପରିଣତ ହେବା ପରେ ଓଡ଼ିଶା ଉଉପରେ ବିପଦ ନ ଥିଲେ ବି ସତର୍କତା ଅବଲମ୍ୱନ କରାଯାଇଛି ।

 ତେଣୁ ଆସନ୍ତାକାଲି ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିବାକୁ SRCଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ଏତଦ୍ୟବ୍ୟତୀତ ସମସ୍ତ ଶିକ୍ଷାନୁଷ୍ଠାନ ୨ ଦିନ ପାଇଁ ଛୁଟି ଘୋଷଣା କରା ହୋଇଛି । ତେବେ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କମର୍ଚାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।