ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ୭ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
Advertisement

ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ୭ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଲଗାଣ ବର୍ଷା ପାଇଁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କିନ୍ତୁ ଆସିବେ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ

file photo

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ପଶ୍ଚିମ ବଙ୍ଗୋପସାଗରରେ ସୃ୍ଷ୍ଟ ଲଘୁଚାପ ପ୍ରଭାବରେ ଗତକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ତୁହାକୁ ତୁହା ବର୍ଷା ପ୍ରଭାବରେ ଓଡ଼ିଶାର ହାଲ ବେହାଲ ହେଲାଣି । ଆଗକୁ ବର୍ଷାର ପରିମାଣ ବଢିବା ଆଶଙ୍କାରେ ୭ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ । ଗଞ୍ଜାମ, ଗଜପତି, କଟକ, ଢେଙ୍କାନାଳ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ପୁରୀ, ଭଦ୍ରକ ଜିଲ୍ଲାରେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି ।

ସମସ୍ତ ସ୍କୁଲ ବ୍ୟତୀତ କଲେଜ ଓ ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ତେବେ ପିଲାଙ୍କୁ ସ୍କୁଲ ଆସିବା ପାଇଁ ବାରଣ କରାଯାଇଥିବା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି । 

ଲଗାଣ ବର୍ଷା ପାଇଁ ବିଶାଖାପାଟଣା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ କରାଯାଇଛି । ବିଶାଖାପାଟଣା ବ୍ରହ୍ମପୁର ଓ ବ୍ରହ୍ମପୁର ବିଶାଖାପାଟଣା ପାସେଞ୍ଜର ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି ।

ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା୨୬ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ଏଭଳି ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।