Advertisement
Article Detail0/zeeodisha/odisha701923
Zee OdishaBhubneshwar୩୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅନଲାଇନ ଶିକ୍ଷା ପହଞ୍ଚାଇବାରେ ଗଣଶିକ୍ଷା ବିଭାଗ ବିଫଳ

'୩୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅନଲାଇନ ଶିକ୍ଷା ପହଞ୍ଚାଇବାରେ ଗଣଶିକ୍ଷା ବିଭାଗ ବିଫଳ'

ମହାସଂଘର କହିବା କଥା ହେଲା, ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ପାଇପାରୁଛନ୍ତି । ଅର୍ଥାତ ଅନ୍ୟ ୩୮ ଲକ୍ଷ ଛାତ୍ରୀଛାତ୍ରୀଙ୍କୁ ଅନଲାଇନ ଶିକ୍ଷା ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଅନଲାଇନ୍ ଶିକ୍ଷାଦାନରେ ଅନିୟମିତତା ଅଭିଯୋଗ । ଏହି ଅଭିଯୋଗ କରିଛି ଓଡ଼ିଶା ଅଭିଭାବକ ମହାସଂଘ । ଏନେଇ ସଂଘ ପକ୍ଷରୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ଦିଆଯାଇଛି । 

କୋରୋନା କଟକଣା ଯୋଗୁ ଏବେ ବିଦ୍ୟାଳୟ ବନ୍ଦ ରହିଛି । ତେଣୁ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି । ତେବେ ରାଜ୍ୟର ବିଦ୍ୟାଳୟରେ ୬୦ ଲକ୍ଷ ଛାତ୍ରଛାତ୍ରୀ ଅଛନ୍ତି । ହେଲେ ଅନଲାଇନ ମାଧ୍ୟମରେ ମାତ୍ର ୨୨ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଗତକାଲି ବିଭାଗୀୟ ମନ୍ତ୍ରୀ ଏକଥା କହିଥିଲେ । ଯାହାକୁ ନେଇ ପ୍ରସଙ୍ଗ କରିଛି ଓଡ଼ିଶା ଅଭିଭାବକ ମହାସଂଘ । 

ମହାସଂଘର କହିବା କଥା ହେଲା, ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ପାଇପାରୁଛନ୍ତି । ଅର୍ଥାତ ଅନ୍ୟ ୩୮ ଲକ୍ଷ ଛାତ୍ରୀଛାତ୍ରୀଙ୍କୁ ଅନଲାଇନ ଶିକ୍ଷା ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି । ସ୍ମାର୍ଟ ଫୋନ ଓ କନେକ୍ଟିଭିଟି ଅଭାବରୁ ଛାତ୍ରଛାତ୍ରୀ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ହେଉଥିବା କହିଛି ଓଡ଼ିଶା ଅଭିଭାବକ ମହାସଂଘ । 

Add Zee News as a Preferred Source
About the Author