ମହାବାତ୍ୟାର ରୂପ ନେଇପାରେ 'ଉମ୍ଫୁନ'

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସୁପର ସାଇକ୍ଲୋନରେ ପରିଣତ ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । 

ମହାବାତ୍ୟାର ରୂପ ନେଇପାରେ 'ଉମ୍ଫୁନ'
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ସ୍ଥଳ ଭାଗ ମୁହାଁ 'ଉମ୍ଫୁନ' । ଏହା ଏବେ ପାରାଦୀପଠାରୁ ୭୯୦ କିଲୋମିଟର ଦୂରରେ ରହିଛି । ଉତ୍ତର-ଉତ୍ତରପୂର୍ବ ଦିଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ଏବେ ଏହାର ଘଣ୍ଟାପ୍ରତି ବେଗ ୧୩ କିଲୋମିଟର ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସୁପର ସାଇକ୍ଲୋନରେ ପରିଣତ ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । 

ତେବେ ଆସନ୍ତା ୨୦ ତାରିଖରେ ଲ୍ୟାଣ୍ଡଫଲ କରିପାରେ 'ଉମ୍ଫୁନ' । ଏହା ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହଟିଆ ଦ୍ୱୀପରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ତେବେ ଲ୍ୟାଣ୍ଡଫଲ କଲାବେଳେ ଘଣ୍ଟାପ୍ରତି ୨୨୦ରୁ ୨୬୫ କିଲୋମିଟର ବେଗରେ ପବନ ବହିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । 

ତେବେ 'ଉମ୍ଫୁନ' ପ୍ରଭାବରେ ଉତ୍ତର ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ । ତେବେ ୨୦ ତାରିଖ ଅପରାହ୍ନରେ ପବନର ବେଗ ଘଣ୍ଟାପ୍ରତି ୧୨୦ କିଲୋମିଟର ପାର୍ କରିବ ବୋଲି ପୂର୍ବାନୁମାନ କରାଯାଉଛି ।