ବୈତରଣୀ ନଦୀ (Baitarani River) ଭିତରେ ଗୋଟିଏ ଲିଙ୍ଗ ସଦୃଶ୍ୟ ଖମ୍ବ ସହ ୨ଟି ମନ୍ଦିରର ଚୂଳ (Submerged Temple) ଦେଖିବାକୁ ମିଳୁଛି। ଲୋକେ ଖମ୍ବକୁ ଶିବଲିଙ୍ଗ ବୋଲି ବିଶ୍ୱାସ କରୁଛନ୍ତି।
Trending Photos
ଭୁବନେଶ୍ୱର: ରାଜ୍ୟର ନଦୀ ଗର୍ଭରେ ମିଳିଛି ଆଉ ଏକ ପୂରାତନ କୀର୍ତ୍ତିରାଜି। ମହାନଦୀ ପରେ ଏବେ ଚର୍ଚ୍ଚାରେ ବୈତରଣୀ। ଶିବରାତ୍ରୀ ଦିନ ଦାସରଥପୁର ଗ୍ରାମର ସିଦ୍ଧେଶ୍ୱର ମନ୍ଦିର ନିକଟ ନଦୀ ଗର୍ଭରେ ଏକ ଶିବଲିଙ୍ଗ ସଦୃଶ୍ୟ କିଛି ଦେଖିବାକୁ ମିଳିଥିଲା। ଯାହା ପରେ ସେଠାରେ ଏବେ ଜନସମାଗମ ଆରମ୍ଭ ହୋଇଯାଇଛି।
ବୈତରଣୀ ନଦୀ (Baitarani River) ଭିତରେ ଗୋଟିଏ ଲିଙ୍ଗ ସଦୃଶ୍ୟ ଖମ୍ବ ସହ ୨ଟି ମନ୍ଦିରର ଚୂଳ (Submerged Temple) ଦେଖିବାକୁ ମିଳୁଛି। ଲୋକେ ଖମ୍ବକୁ ଶିବଲିଙ୍ଗ ବୋଲି ବିଶ୍ୱାସ କରୁଛନ୍ତି। ଶିବରାତ୍ରୀ ଦିନ ସିଦ୍ଧେଶ୍ୱର ମନ୍ଦିରର ପୂଜକ ସେଠାକୁ ଯାଇ ପୂଜାଚ୍ଚନା କରିଥିଲେ। ଆଉ ଏବେ ଲୋକେ କଥିତ ଲିଙ୍ଗକୁ ଜଳାଭିଷେକ କରିଛନ୍ତି। ସେପଟେ ମନ୍ଦିରର କେବଳ ଚୂଳ ଦେଖାଯାଉଛି ଏବଂ ଅବଶିଷ୍ଠ ଅଂଶ ବୁଡି ରହିଥିବାରୁ ତାହା ବିଷୟରେ ଅଧିକ ସୂଚନା ମିଳିପାରିନାହିଁ।
Also Read: ବୈତରଣୀ ଗର୍ଭରେ ବିରାଟ ଶିବ ଲିଙ୍ଗ
ବାହ୍ୟ ଦୃଶ୍ୟ ଦେଖିଲା ବେଳକୁ ତାହା ଶହସ୍ରବର୍ଷର ଏକ ପୁରୁଣା ମନ୍ଦିର ଭଳି ଲାଗୁଛି। ଯେଉଁ ଖମ୍ବକୁ ଲୋକେ ଲିଙ୍ଗ ଭାବି ପୂଜା କରୁଛନ୍ତି ସେଥିରେ ଶହ ଶହ ସଂଖ୍ୟାରେ ଛୋଟ ଛୋଟ କଳାକୃତି ଅଛି। ଠିକ ଏହି ଭଳି ଖମ୍ବ ବା ଲିଙ୍ଗ ଭୁବନେଶ୍ୱରର (Bhubaneswar) ପର୍ଶୁରାମେଶ୍ୱର ମନ୍ଦିର, ସୁବର୍ଣ୍ଣ ଜଳେଶ୍ବର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ଭବାନୀ ଶଙ୍କର ମନ୍ଦିର, ଲିଙ୍ଗରାଜ ମନ୍ଦିର, ଜାମେଶ୍ୱର ମନ୍ଦିର, ଯାଜପୁରର ସିଦ୍ଧେଶ୍ୱର ମନ୍ଦିର (Sidheswar temple) , ବିରଜା ମନ୍ଦିର, କେନ୍ଦ୍ରାପଡାର କଜଳ ମହାଦେବ ମନ୍ଦିର, ବାଣପୁରର ବାଙ୍କଡାଗଡ ଭଳି ସ୍ଥାନରେ ଦେଖିବାକୁ ମିଳୁଛି।
ଏହି ଲିଙ୍ଗରେ ଅନେକ ସଂଖ୍ୟକ ଛୋଟ ଲିଙ୍ଗ (Shivlingam) ଥିବାରୁ ତାହାକୁ ଶହସ୍ର ଲିଙ୍ଗ (Sahashra Lingam) ବୋଲି କୁହାଯାଏ। କିଛି ସ୍ଥାନରେ ଏହାକୁ ପୂଜା କରାଯାଉଥିବା ବେଳେ କିଛି ସ୍ଥାନରେ ପରିତ୍ୟକ୍ତ ଭାବେ ପଡିରହିଛି। ତେବେ ଶହସ୍ର ଲିଙ୍ଗ ସହ ବୈତରଣୀର ଖମ୍ବର ସାମଞ୍ଜସ୍ୟ ଥବାରୁ ତାହାକୁ ମଧ୍ୟ ଶିବଲିଙ୍ଗ ବୋଲି ବିଶ୍ୱାସ କରାଯାଉଛି। କଥିତ ଖମ୍ବ ଠାରୁ ମନ୍ଦିରର ଚୂଳର ଉଚ୍ଚତା କମ୍ ତେଣୁ ତାହା ଚଉଁରା ମଧ୍ୟ ହୋଇଥାଇପାରେ ବୋଲି ଆଲୋଚନା ହେଉଛି। ସେପଟେ ଯଦି ସରକାର ଏହା ଉପରେ ଅଧିକ ଖୋଳତାଡ କରନ୍ତି ଏବଂ ASI ମନ୍ଦିର ଉପରେ ଯାଞ୍ଚ କରେ ତେବେ ଅନେକ ଐତିହାସିକ ତଥ୍ୟ ମିଳିପାରିବ ବୋଲି ସାଧାରଣରେ ଦାବି ହେଉଛି।
Also Read: ହେଉନି ସମାଧାନ: ଚାଷୀଙ୍କୁ ନେଇ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା
ପ୍ରାୟ ୯ ମାସ ତଳେ ଠିକ୍ ଏଭଳି ଏକ ଘଟଣା ନୟାଗଡ (Nayagarh) ଜିଲ୍ଲା ଭାପୁରର ମହାନଦୀରେ ଦେଖିବାକୁ ମିଳିଥିଲା। ୨୦୨୦ ଜୁନ ମାସରେ ମହାନଦୀ ଗର୍ଭରେ ଏକ ମନ୍ଦିରର ଭଗ୍ନାଂଶ (Resurfaced Submerged Temple) ଦେଖିବାକୁ ମିଳିଥିଲା। ପରେ ରାଜ୍ୟ ସରକାର ଓ ASIର INTACH ଟିମ ସହାୟତାରେ ଉଦ୍ଧାର କରାଗଲା। ଗବେଷଣାରୁ ମନ୍ଦିରଟି ପ୍ରାୟ ୫୦୦ ବର୍ଷ ପୁରାତନ ବୋଲି କୁହାଗଲା। ପ୍ରାୟ ୬୦ ଫୁଟର ଏହି ମନ୍ଦିର ଭଗବାନ ଗୋପିନାଥ ଦେବଙ୍କୁ ସମର୍ପିତ ଓ ଏହା ୧୫୦୦ରୁ ୧୬୦୦ ଶତାବ୍ଦିରେ ନିର୍ମାଣଶୈଳୀ ସହ ମେଳଖାଉଥିବା ବିଶେଷଜ୍ଞ ଟିମ ଅନୁମାନ କରିଛନ୍ତି।
ଗବେଷକଙ୍କ କହିବାନୁସାରେ, ଗୋପିନାଥ ଦେବଙ୍କ ମନ୍ଦିର (Gopinath Dev Temple) ଯେଉଁ ସ୍ଥାନରେ ମିଳିଛି ତାହାକୁ ପୂର୍ବେ ସାତପାଟଣା କୁହାଯାଉଥିଲା। ଆଖପାଖ ଅଞ୍ଚଳର ୭ଟି ଗାଁ ଏହି ମନ୍ଦିରରେ ଭଗବାନ ବିଷ୍ଣୁ (Lord Vishnu) ଙ୍କ ଆରାଧନା କରୁଥିଲେ। କନ୍ତୁ ମହାନଦିରେ ବାରମ୍ବାର ବନ୍ୟା ଆସିବା ଫଳରେ ଲୋକେ ଗାଁ ଛାଡି ଉଚ୍ଚା ସ୍ଥାନକୁ ଚାଲିଗଲେ। ଆଉ କାଳକ୍ରମେ ମନ୍ଦିରଟି ମହାନଦୀରେ ବୁଡିଗଲା। ତେବେ ମହାନଦୀର ଦିଗ ପରିବର୍ତ୍ତନରୁ ଏପରି ହେଇଥାଇ ପାରେ ବୋଲି ଅନେକ ମତ ପ୍ରକାଶ କରୁଛନ୍ତି।
Also Read: ପାଠ ପଢ଼ି କ'ଣ ହେବ? ବେକାରୀ! ରାଜ୍ୟରେ ଅଛନ୍ତି ୪୬, ୭୩୧ ପଞ୍ଜୀକୃତ ଇଞ୍ଜିନିୟର ବେକାର
ମହାନଦୀ ଭଳି ବୈତରଣୀରେ ବୁଡିଥିବା ମନ୍ଦିରର ମଧ୍ୟ କୌଣସି ଏକ କାହାଣୀ ଥିବ। ବନ୍ୟା ହେଉ କିମ୍ବା ନଦୀର ଦିଗ ପରିବର୍ତ୍ତନ ପାଇଁ ଯାଜପୁର ସିଦ୍ଧେଶ୍ୱର ଘାଟର କୀର୍ତ୍ତିରାଜି ପାଣିରେ ବୁଡିଥାଇପାରେ। ତେବେ ଏହାର ଇତିହାସ ଜାଣିବାକୁ ହେଲେ ଅଧିକ ଗବେଷଣା ଆବଶ୍ୟକ। ଘଟଣା ଲୋକଙ୍କ ଧାର୍ମୀକ ଆସ୍ଥା ସହ ଜଡିତ ଥିବାରୁ ଏହାର ରକ୍ଷଣବେକ୍ଷଣ ନିହାତି ଜରୁରୀ। ପୂର୍ବରୁ ନଦୀ କିମ୍ବା ସମୁଦ୍ର କୂଳରେ ଜନବସତି ଗଢି ଉଠୁଛି। ସମୟ ସମୟରେ ବନ୍ୟା, ବାତ୍ୟା, ଭୁମିକମ୍ପ ଭଳି ପ୍ରାକୃତିକ ବପତ୍ତି ଆସୁଛି, ତେଣୁ ନଦୀ ଭିତରୁ ପୂରାତନ କିର୍ତ୍ତୀରାଜି ଉଦ୍ଧାର ହେବା ସ୍ୱାଭାବିକ, ହିରାକୁଡ ଡ୍ୟାମ ନିର୍ମାଣ ବେଳେ ବି ଅନେକ ମନ୍ଦିର ଓ ଗାଁ ବୁଡିଛି ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି।