ଆଜିଠୁ ଅଙ୍ଗନବାଡ଼ିରେ ଚୁନାମାଛ
Advertisement

ଆଜିଠୁ ଅଙ୍ଗନବାଡ଼ିରେ ଚୁନାମାଛ

ପିଲାଙ୍କ ସ୍ୱାସ୍ଥ୍ୟକୁ ଦେଖି ରାଜ୍ୟ ସରକାର ଅଙ୍ଗନବାଡ଼ି ପିଲାଙ୍କୁ ଅଣ୍ଡା ଓ ଛତୁଆ ପରେ ଚୁନା ମାଛ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଛୋଟ ଛୋଟ ପିଲାଙ୍କ ପୁଷ୍ଟି ସାଧନ ପାଇଁ ପୂର୍ବରୁ ସରକାର ଅଙ୍ଗନବାଡ଼ି ପିଲାଙ୍କୁ ଅଣ୍ଡା ଓ ଛତୁଆ ଦେଇ ଆସୁଥିଲେ । ଖୁବ ଶୀଘ୍ର ଏହି ଖାଦ୍ୟରେ ସରକାର ଚୁନାମାଛକୁ ସାମିଲ କରିବାକୁ ଯାଉଛନ୍ତି । 

ଆଜିଠୁ ଅଙ୍ଗନବାଡ଼ିରେ ଚୁନାମାଛ

ଭୁବନେଶ୍ୱର: ପିଲାଙ୍କ ସ୍ୱାସ୍ଥ୍ୟକୁ ଦେଖି ରାଜ୍ୟ ସରକାର ଅଙ୍ଗନବାଡ଼ି ପିଲାଙ୍କୁ ଅଣ୍ଡା ଓ ଛତୁଆ ପରେ ଚୁନା ମାଛ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଛୋଟ ଛୋଟ ପିଲାଙ୍କ ପୁଷ୍ଟି ସାଧନ ପାଇଁ ପୂର୍ବରୁ ସରକାର ଅଙ୍ଗନବାଡ଼ି ପିଲାଙ୍କୁ ଅଣ୍ଡା ଓ ଛତୁଆ ଦେଇ ଆସୁଥିଲେ । ଖୁବ ଶୀଘ୍ର ଏହି ଖାଦ୍ୟରେ ସରକାର ଚୁନାମାଛକୁ ସାମିଲ କରିବାକୁ ଯାଉଛନ୍ତି । ଏଥିପାଇଁ ମଙ୍ଗଳବାର ମହିଳା ଓ ଶିଶୁବିକାଶ, ମିଶନ ଶକ୍ତି ବିଭାଗ ଓ ଓ୍ୱାର୍ଲ୍ଡ ଫିସ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇ ଯାଇଛି । 

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଭର୍ଚୁଆଲ ବୈଠକରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ପାଇଲଟ ପ୍ରକଳ୍ପ ଭାବେ ଏହି ଯୋଜନା ମୟୂରଭଞ୍ଜରୁ ଆରମ୍ଭ ହେବାକୁ ଯାଉଛି । ମୟୂରଭଞ୍ଜରେ ପ୍ରକଳ୍ପ ସଫଳ ହେଲେ ଅନ୍ୟ ଅଙ୍ଗନବାଡ଼ିକୁ ଏହା ସମ୍ପ୍ରସାରଣ କରାଯିବ ବୋଲି କୁହାଯାଇଛି । 

ତେବେ ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ ୬ ବର୍ଷର ଶିଶୁଙ୍କ ଠାରୁ ଆରମ୍ଭ କରି, ଗର୍ଭବତୀ ମହିଳା, ପ୍ରସୂତୀ ଓ କିଶୋରୀଙ୍କୁ ଏହି ଚୁନା ମାଛ ଦିଆଯିବ। ସମନ୍ୱିତ ବିକାଶ ଯୋଜନା ଅଧୀନରେ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରାଯାଉଛି । ପାଇଲଟ ପ୍ରକଳ୍ପ ଭାବେ ପ୍ରଥମେ ମୟୂରଭଞ୍ଜରୁ ଏହି ଯୋଜନା ଆରମ୍ଭ କରାୟିବା ନେଇ ସୂଚନା ରହିଛି । ପାଇଲଟ ପ୍ରକଳ୍ପ ଭାବେ ପ୍ରାଥମିକ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଅଧିନରେ ପିଲାଙ୍କୁ ଚୁନା ମାଛ ଦିଆଯିବ ବୋଲି ସୂଚନା ମିଳିଛି । 

ମାଛରେ ପ୍ରଚୁର ପରିମାଣର ଲୌହ, ଜିଙ୍କ, କ୍ୟାଲସିୟମ, ଭିଟାମିନ, ଓ ଓମେଗା-3 ଫ୍ୟାଟି ଏସିଡ଼ ମହଜୁତ ଥାଏ । ଫଳରେ ଶିଶୁର ପରିପୁରକ ପୁଷ୍ଟି ସାଧନ ପାଇଁ ଏହା ଏକ ପ୍ରମୁଖ ଖାଦ୍ୟ ଭାବେ ମାଛକୁ ସାମିଲ କରାଯାଇଛି ।