ଓଡିଶା ଆସିବେ ଆନ୍ନା ! କୃଷକ ସମ୍ମିଳନୀରେ ଦେବେ ଯୋଗ
Advertisement

ଓଡିଶା ଆସିବେ ଆନ୍ନା ! କୃଷକ ସମ୍ମିଳନୀରେ ଦେବେ ଯୋଗ

ଆସନ୍ତା ୬ରେ ମହାସଂଗ୍ରାମର ଡାକରା ଦେଇଛି ନବନିର୍ମାଣ କୃଷକ ସଙ୍ଗଠନ... ବିଶିଷ୍ଟ ସମାଜସେବୀ ଅନ୍ନା ହଜାରେ ଏଥିରେ ସାମିଲ ହେବେ... 

ଫାଇଲ ଫଟୋ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଆସନ୍ତା ୬ରେ ଓଡିଶା ଆସିବେ ସମାଜସେବୀ ଆନ୍ନା ହଜାରେ । ଭୁବନେଶ୍ୱର ବରମୁଣ୍ଡା ପଡିଆରେ ହେବାକୁ ଥିବା ନବନିର୍ମାଣ କୃଷକ ସଙ୍ଗଠନର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀରେ ସେ ସାମିଲ ହେବେ । ଜାତୀୟ ସ୍ତରର ଅନ୍ୟ କିଛି ଜଣାଶୁଣା ମୁହଁ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । 

ଆସନ୍ତା ୬ରେ ମହାସଂଗ୍ରାମର ଡାକରା ଦେଇଛି ନବନିର୍ମାଣ କୃଷକ ସଙ୍ଗଠନ । ପ୍ରାଇଜ, ପ୍ରେଷ୍ଟିଜ ଏବଂ ପେନସନ ନେଇ ଆନ୍ଦୋଳନ ଚଳାଇ ଆସୁଥିବା ଏହି ସଙ୍ଗଠନ ଏବେ ଭୁବନେଶ୍ୱରରେ ଗର୍ଜିବ । ଦେଶର କୋଣ ଅନୁକୋଣରୁ ପ୍ରାୟ ଏକ ଲକ୍ଷ କୃଷକ ଏଥିରେ ଯୋଗ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ପକ୍ଷରୁ କୁହାଯାଇଛି । 

ଏଥର ସଙ୍ଗଠନର ମୁଖ୍ୟ ଦାବି ରହିଛି, ୨୦ ବର୍ଷ ବୟସରୁ ପ୍ରତ୍ୟେକ ଚାଷୀଙ୍କୁ ୫ ହଜାର ଟଙ୍କାର ସୁରକ୍ଷା ଭତ୍ତା ଦେବା । ସେହିପରି ଚାଷୀ ଉତ୍ପାଦର ଉଚିତ ମୂଲ୍ୟ, ଚାଷୀଙ୍କ ଆୟ ବୃଦ୍ଧି ଇତ୍ୟାଦି ପ୍ରସଙ୍ଗ ମଧ୍ୟ ଉଠାଯିବ । ନବନିର୍ମାଣ କୃଷକ ସଙ୍ଗଠନର ଚାପ ଯୋଗୁଁ ରାଜ୍ୟ ସରକାର କାଳିଆ ଏବଂ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା କରିଥିବା କୁହାଯାଇଛି । ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଙ୍ଗଠନ କହିଛି ।