ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦୫ ଆକ୍ରାନ୍ତ
Advertisement

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦୫ ଆକ୍ରାନ୍ତ

ରାଜ୍ୟରେ ବର୍ତ୍ତମାନ ଯାଏ, ୯,୨୫୫ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ବଢ଼ି ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି ସମୟରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୫୦୫ କୋରୋନା ଆକ୍ରାନ୍ତ । ଫଳରେ ରାଜ୍ୟରେ ବର୍ତ୍ତମାନ ଯାଏ, ୯,୨୫୫ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । 

ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ୨୪୮ ଜଣ, ସୁନ୍ଦରଗଡ଼ରୁ ୭୧ ଜଣ, ଖୋର୍ଦ୍ଧାରୁ ୫୨ ଜଣ, କଟକରୁ ୪୫ ଜଣ, ପୁରୀରୁ ୧୧ ଜଣ, ଗଜପତିରୁ ୧୦ ଜଣ, ନବରଙ୍ଗପୁରରୁ ୯ ଜଣ, ଯାଜପୁରରୁ ୮ ଜଣ, ନୟାଗଡ଼ରୁ ୮ ଜଣ, ଜଗତସିଂହପୁରରୁ ୭ ଜଣ, ଭଦ୍ରକ ଓ ଢେଙ୍କାନାଲରୁ ୬-୬ ଜଣ, ଅନୁଗୋଳରୁ ୫ ଜଣ, କନ୍ଧମାଳ ଓ କେନ୍ଦ୍ରାପଡା ଏବଂ କୋରାପୁଟରୁ ୪-୪ ଜଣ, ବରଗଡ଼ରୁ ୨ ଜଣ ଏବଂ ଝାରସୁଗୁଡ଼ା ଓ ରାୟଗଡାରୁ ଜଣେ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ ଆଜି ସକାଳ ଯାଏଁ ରାଜ୍ୟରେ ମୋଟ ୧୩,୭୩୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୭୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୮,୭୫୦ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୪,୮୯୬ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।