ବଙ୍ଗୋପସାଗରରେ ଆସନ୍ତା ମେ ମାସରେ ସୃଷ୍ଟି ହେବାକୁ ଯାଉଛି ବାତ୍ୟା । ଗତବର୍ଷ ରାଜ୍ୟରେ ତାଣ୍ଡବ ରଚିଥିବା ଫନିର କରାଳ ରୂପକୁ ବର୍ଷେ ନ ପୁରୁଣୁ ଚଳିତ ବର୍ଷ ସମାନ ସମୟରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ପ୍ରସ୍ତୁତ ହେଉଥିବା ପ୍ରାକ୍ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଦାନା ବାନ୍ଧୁଛି ବାତ୍ୟା । ଘନଉଛି ପାଣିପାଗ । ବିଗତ ବର୍ଷ ମେ ମାସରେ ବାତ୍ୟା ଫନିର ଦାଗ ନ ଲିଭୁଣୁ ଚଳିତ ବର୍ଷ ସମାନ ସମୟରେ ଆଉ ଏକ ବାତ୍ୟାର ପ୍ରାକ୍ ପୂର୍ବାନୁମାନ କରାଯାଇଛି । ମେ ମାସରେ ବଙ୍ଗୋପସାଗରରେ ଏକ ବାତ୍ୟା ଦାନା ବାନ୍ଧୁଥିବା ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ହେଲେ ଏଥର ବାତ୍ୟା ପ୍ରକୋପରୁ ଓଡିଶା ବର୍ତ୍ତିଯିବାର ସମ୍ଭାବନା ରହିଛି ।
ବଙ୍ଗୋପସାଗରରେ ଆସନ୍ତା ମେ ମାସରେ ସୃଷ୍ଟି ହେବାକୁ ଯାଉଛି ବାତ୍ୟା । ଗତବର୍ଷ ରାଜ୍ୟରେ ତାଣ୍ଡବ ରଚିଥିବା ଫନିର କରାଳ ରୂପକୁ ବର୍ଷେ ନ ପୁରୁଣୁ ଚଳିତ ବର୍ଷ ସମାନ ସମୟରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ପ୍ରସ୍ତୁତ ହେଉଥିବା ପ୍ରାକ୍ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ବିଦେଶ ପାଣିପାଗ ମଡେଲକୁ ବିଶ୍ଲେଷଣ କରି ସେ ଏଭଳି ପୂର୍ବାନୁମାନ କରିଛନ୍ତି । ଆକଳନ ଅନୁଯାଇ ଗତବର୍ଷ ପ୍ରାକ୍ ମୌସୁମୀ ସମୟରେ ହିଁ ସାମୁଦ୍ରିକ ଝଡ ଫନିର ସମ୍ଭାବନା ସୃଷ୍ଟି ହୋଇଥିଲା । ତେବେ ବାୟୁ ପ୍ରବାହ, ତାପମାତ୍ର ଓ ଜଳପତନ ଉପରେ ନିର୍ଭର କରୁଥିବା ବାତ୍ୟା ଚଳିତ ବର୍ଷ ପାଇଁ ଅନୁକୂଳ ଥିବା ମଡେଲରୁ ଜଣାପଡୁଛି ।
ତେବେ ମୁଖ୍ୟ କଥା ହେଲା ଏଥର ଓଡିଶା ମୁହାଁଇବାର ସମ୍ଭାବନା ବିଶେଷ ନଥିବା ଜଣାପଡିଛି । କାରଣ ଆକଳନ ଅନୁଯାଇ ସେ ସମୟରେ ରାଜ୍ୟ ପ୍ରତି ପାଣିପାଗ ଗତିପଥ ନଥିବା ବେଳେ କେବଳ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଆଂଶିକ ପ୍ରଭାବ ସ୍ୱରୂପ ମେଘୁଆ ପାଗ ରହିବାର ସମ୍ଭାବନା ରହିଛି । ତେବେ ଚଳିତ ମାସ ଶେଷ ଆଡକୁ ୨୯ ତାରିଖରେ ଲଘୁଚାପ ସୃଷ୍ଟି ହେଲେ ହିଁ ଏସବୁ ଚିତ୍ର ସ୍ପଷ୍ଟ ହେବ । ମିଆଁମାର ସରକାର ପକ୍ଷରୁ ୧୦ ଦିନିଆ ଆଉନଲୁକରେ ଲଘୁଚାପ ନେଇ ପୂର୍ବାନୁମାନ କରାଯାଇଛି । ସେପଟେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ ।