ଆଉ ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ହୋଇଛି । ଏମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହେଲେଣି ।
Trending Photos
ଭୁବନେଶ୍ୱର: ଗଞ୍ଜାମରୁ ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ଆଉ ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ହୋଇଛି । ଏମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହେଲେଣି । ଅନ୍ୟ ଜଣଙ୍କ ପୂର୍ବରୁ ମୃତ୍ୟୁ ହୋଇଥିଲା । ଏବେ ୧୦୯ ଆକ୍ରାନ୍ତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚାଲିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ସେପଟେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୫୦ ଅତିକ୍ରମ କରିଥିଲା । ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଥିବା ବେଳେ ୫୧ ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ରହିଛନ୍ତି। ସେହିପରି ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭଦ୍ରକ ମଧ୍ୟ ରେଡ଼ ଜୋନରେ ରହିଛି । ସେହିପରି ଅନ୍ୟ ରେଡ ଜୋନ ଅଞ୍ଚଳ ଭଦ୍ରକ ଓ ବାଲେଶ୍ୱରରେ ୨୧ ଜଣ ଲେଖାଏଁ ଆକ୍ରାନ୍ତ ହେଲେଣି । ଏମାନଙ୍କ ମଧ୍ୟରୁ ଭଦ୍ରକର ୧୨ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ବାଲେଶ୍ୱରର ୪ ଜଣ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ରହିଛି । ତେବେ ଏମାନଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହେଲେଣି । ଜଣଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ ଏବେ ୧୫ଟି ସକ୍ରିୟ ମାମଲା ରହିଛି ।