'ଜଗନ୍ନାଥ'ଙ୍କ ପାଖକୁ ଯାଇ ଫାଇନ ଗଣିଲେ ଅପରାଜିତା
Advertisement

'ଜଗନ୍ନାଥ'ଙ୍କ ପାଖକୁ ଯାଇ ଫାଇନ ଗଣିଲେ ଅପରାଜିତା

ଏହି ଘଟଣାରେ ସମୁଦାୟ ୨୧ ଜଣଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବା କୁହାଯାଇଛି । 

ଫାଇଲ ଫଟୋ

ଭୁବନେଶ୍ୱର: ସାମାଜିକ ଦୂରତ୍ୱ ନିୟମ ଉଲଙ୍ଘନ ଏବଂ ମାସ୍କ ପିନ୍ଧି ନ ଥିବା କାରଣରୁ ଫାଇନ ଗଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦଳର ଅସନ୍ତୁଷ୍ଟ ନେତା ଜଗନ୍ନାଥ ପ୍ରଧାନଙ୍କଗୁ ଫେରାଇ ଆଣିବା ପାଇଁ ଯାଇଥିଲେ ସାଂସଦ । ତାଙ୍କ ସହ ବହୁ ଦଳୀୟ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ସମୟରେ ସାମାଜିକ ଦୂରତ୍ୱ ନିୟମକୁ ଠିକ୍ ଭାବେ ପାଳନ କରାଯାଇନଥିଲା । କେବଳ ଏତିକି ନୁହେଁ, କେହି ମାସ୍କ ମଧ୍ୟ ପିନ୍ଧି ନଥିଲେ । ଫଳରେ ଏମାନଙ୍କ ଠାରୁ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ । 

ଗୁରୁବାର ଏନେଇ କମିଶନରେନ ପୋଲିସ ନିଜ ଟ୍ୱିଟରରେ ସୂଚନା ଦେଇଛି । ଏହି ଘଟଣାରେ ସମୁଦାୟ ୨୧ ଜଣଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବା କୁହାଯାଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସ୍ୱେଚ୍ଛାକୃତ ଭାବେ ପାଇନ ଦେଇଛନ୍ତି । 

କିଛି ଦିନ ପୂର୍ବରୁ ଦଳରୁ ଇସ୍ତଫା ଦେଇଥିଲେ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଭୁବନେଶ୍ୱର ଜିଲ୍ଲା ସଭାପତି ରେସରେ ଥିବା ଜଗନ୍ନାଥ ଏଥିରୁ ବାଦ ପଡ଼ିବାରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା ଚର୍ଚ୍ଚା ଜୋର ଧରିଥିଲା । ତେବେ ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଦଳ ଛାଡ଼ିବା ନିଷ୍ପତ୍ତିରୁ ଓହରିଥିଲେ ଜଗନ୍ନାଥ । ନିଜ ଇସ୍ତଫା ପତ୍ର ଫେରାଇ ନେଇଥିଲେ ।