close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସାଧାରଣ ମଣିଷ ପରି ଟ୍ରେନରେ ଯାତ୍ରା କଲେ ଅରୁଣ ସାହୁ

ନୟାଗଡ଼ ସେବା ଏକ୍ସପ୍ରେସରେ ଯାତ୍ରା କରିଛନ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ

ସାଧାରଣ ମଣିଷ ପରି ଟ୍ରେନରେ ଯାତ୍ରା କଲେ ଅରୁଣ ସାହୁ
ନୟାଗଡ଼ ସେବା ଏକ୍ସପ୍ରେସରେ ଯାତ୍ରା କରିଛନ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ

ଶାନ୍ତ ସ୍ୱରୂପ, ଭୁବନେଶ୍ୱର: ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ପୁଣି ଥରେ ଏପରି କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ନୟାଗଡ଼ ସେବା ଏକ୍ସପ୍ରେସରେ ଯାତ୍ରା କରିଛନ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ । ଟ୍ରେନ ଯୋଗେ ଭୁବନେଶ୍ୱରରୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ଯାଇଛନ୍ତି ମନ୍ତ୍ରୀ । ଟିକେଟ କାଉଣ୍ଟରରୁ ଟିକେଟ କାଟି ସନ୍ଧ୍ୟା ୬ ଟା ୪୦ ମିନିଟରେ ଟ୍ରେନରେ ଯାତ୍ରା କରିଛନ୍ତି ମନ୍ତ୍ରୀ । ଯେଉଁଦିନ ନୟାଗଡ଼ରୁ - ଖୋର୍ଦ୍ଧା ରୋଡ଼ ଯାଏଁ ପ୍ରଥମେ ରେଳ ଚଳାଚଳ ହେଲା, ସେଦିନ ନୟାଗଡ଼ ଟାଉନ ଷ୍ଟେସନ ଠାରେ ଅନୁଷ୍ଠିତ ସଭାରେ ଅରୁଣ କୁମାର ସାହୁ ନିଜେ ଟ୍ରେନରେ ନୟାଗଡ଼ରୁ ଯାଇଥିଲେ ଏବଂ କହିଥିଲେ ଯେବେ ନୟାଗଡ଼ରୁ ଭୁବନେଶ୍ୱର ରେଳ ଚାଲିବ ମୁଁ ନିଶ୍ଚିତ ଟ୍ରେନରେ ଯିବା-ଆସିବା କରିବି । ଆଉ ଆଜି ନିଜ ଅଫିସିଆଲ ଗାଡ଼ି ଛାଡ଼ି ଟ୍ରେନରେ ଯାତ୍ରା କରି ନିଜର ବଚନ ରକ୍ଷା କରିଛନ୍ତି ଶ୍ରୀଯୁକ୍ତ ସାହୁ । 

ଅରୁଣ କୁମାର ସାହୁ
 ପୂର୍ବରୁ ମଧ୍ୟ ଅରୁଣ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକରି ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ନିର୍ଦ୍ଧେଷ ଦେଇଥିଲେ ନିଜେ ଆହାର କେନ୍ଦ୍ରକୁ ଯାଇ ମାନ ଯାଞ୍ଚ କରିବା ସହିତ ଭୋଜନ ମଧ୍ୟ କରିବା ପାଇଁ । ଆଉ ଆଜି ମନ୍ତ୍ରୀଙ୍କ ଏପରି କାର୍ଯ୍ୟ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ମନ୍ତ୍ରୀଙ୍କ ଯାତ୍ରା ସମୟରେ ଅନେକ ଲୋକ ନିଜ ଫୋନରେ ଫଟୋ ଉଠାଇ ସେୟାର କରିବା ପରେ ଘଟଣାଟି ଭାଇରାଲ ହୋଇ ସାମ୍ନାକୁ ଆସିଥିଲା ।