Advertisement
Article Detail0/zeeodisha/odisha670082
Zee OdishaBhubneshwarକାହିଁକି ଅପରାଜିତା ଷଡ଼ଙ୍ଗୀଙ୍କ ଚିଠିକୁ ନେଇ ସମାଲୋଚନା କଲେ ମନ୍ତ୍ରୀ ?

କାହିଁକି ଅପରାଜିତା ଷଡ଼ଙ୍ଗୀଙ୍କ ଚିଠିକୁ ନେଇ ସମାଲୋଚନା କଲେ ମନ୍ତ୍ରୀ ?

ୱାର୍ଡରେ ସାଂସଦଙ୍କ ପ୍ରତିନିଧି ବ୍ୟବସ୍ଥା ନିଗମ ଆଇନରେ ନ ଥିବାରୁ ଏହାକୁ ସମାଲୋଚନା କରିଛନ୍ତି । 

ଫାଇଲ ଫଟୋ
ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ  କୋରୋନା ମୁକାବିଲାରେ ସହଯୋଗ କରିବାକୁ ପ୍ରତି ୱାର୍ଡରେ ନିଜ ପ୍ରତିନିଧିଙ୍କ ନାଁ ଆଉ ନମ୍ବରର ତାଲିକା ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ପଠାଇଥିଲେ । ହେଲେ ଏହି ତାଲିକାକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ୱାର୍ଡରେ ସାଂସଦଙ୍କ ପ୍ରତିନିଧି ବ୍ୟବସ୍ଥା ନିଗମ ଆଇନରେ ନ ଥିବାରୁ ଏହାକୁ ସମାଲୋଚନା କରିଛନ୍ତି । 

ରବିବାର ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, କୋରୋନା ମୁକାବିଲା ପାଇଁ ସାଂସଦ ଅଯଥା ରାଜନୀତି ନ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସାଂସଦ ପ୍ରଶଂସା କରନ୍ତୁ । ଏହାସହ ସହଯୋଗ କରନ୍ତୁ । କହିରଖୁଛୁ, ଭୁବନେଶ୍ୱର ସାଂସଦ ମହାନଗର ନିଗମ ପ୍ରଶାସନକୁ କୋରୋନା ମୁକାବିଲାରେ ସହଯୋଗ କରିବାକୁ ବିଭିନ୍ନ ୱାର୍ଡ଼ରେ ନିଜ ପ୍ରତିନିଧିଙ୍କ ନାମ ଓ ମୋବାଇଲ୍ ନମ୍ବର ଭୁବନେଶ୍ୱର କମିଶନରଙ୍କୁ ଚିଠି ଲେଖି ଜଣାଇଥିଲେ ।

Add Zee News as a Preferred Source
About the Author