ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି
Advertisement

ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି

ଧାନକିଣାରେ ଅବ୍ୟବସ୍ଥା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ କଂଗ୍ରେସ

ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଗୁରୁବାର ଗୃହ ଆରମ୍ଭରୁ ବିଧାନସଭାକୁ ୧୧.୩୦ ଯାଏ ମୁଲତବି କରିଛନ୍ତି ବାଚସ୍ପତି । ଧାନକିଣାରେ ଅବ୍ୟବସ୍ଥା, ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ବିରୋଧୀ କଂଗ୍ରେସ ବିଧାୟକ ।  ଚାଷୀ ପ୍ରସଙ୍ଗରେ କଂଗ୍ରେସର ହଟ୍ଟଗୋଳ ଓ ନାରାବାଜୀ ଯୋଗୁଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ୨ଦିନ ଗୃହ ସ୍ୱଭାବିକ ଭାବେ ଚାଲିବା ପରେ ଆଜି ଚାଷୀଙ୍କ ଧାନ କିଣା ପ୍ରସଙ୍ଗରେ ଗୃହରେ ହଙ୍ଗାମା ଦେଖା ଦେଇଥିଲା । 

ବିଧାନସଭା ଆରମ୍ଭରୁ ବିଜେପି ସ୍ମିତାରାଣୀ ପ୍ରସଙ୍ଗରେ ହଙ୍ଗମା କରିଥିବାବେଳେ ଧାନ କିଣାରେ ଅବ୍ୟବସ୍ଥାକୁ ମୁଦା କରି କଂଗ୍ରେସ ହଟ୍ଟଗୋଳ କରିଥିଲା । ସେପଟେ ଧାନ କିଣା ପାଇଁ ଟୋକନ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ରୁ ସମ୍ୱଲପୁର ଜାତୀୟ ରାଜପଥ ଉପରେ ଧାନବସ୍ତା ପକାଇ ଚାଷୀ ବିଖୋଭ ପ୍ରଦର୍ଶନ କରୁଛନ୍ତି ।

fallback