କୋରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ ହେବେ ଆୟୁର୍ବେଦିକ ଓ ହୋମିଓପ୍ୟାଥି ଡାକ୍ତର
Advertisement

କୋରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ ହେବେ ଆୟୁର୍ବେଦିକ ଓ ହୋମିଓପ୍ୟାଥି ଡାକ୍ତର

ଜିଲ୍ଲାପାଳଙ୍କ ପରାମର୍ଶ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିଷ୍ପତ୍ତି ଅନୁସାରେ ଏମାନଙ୍କୁ କୋରୋନା ସନ୍ଦିଗ୍ଧ ପାଇଁ ଉଦ୍ଦିଷ୍ଟ କ୍ୱାରେଂଟାଇନ୍ ଓ ଆଇସୋଲେସନ୍ କେନ୍ଦ୍ରରେ ଆବଶ୍ୟକ ସ୍ଥଳେ ନିୟୋଜିତ କରାଯିବ । 

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ ହେବେ ଆୟୁର୍ବେଦିକ ଓ ହୋମିଓପ୍ୟାଥି ଡାକ୍ତର । ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟର ସମସ୍ତ ଆୟୁର୍ବେଦ ଓ ହୋମିଓପ୍ୟାଥି ଡାକ୍ତରଙ୍କୁ କୋରୋନା ମୁକାବିଲା କ୍ଷେତ୍ରରେ ନିୟୋଜିତ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ସଚିବ ସମସ୍ତ ଜିଲ୍ଲାର ଆୟୁର୍ବେଦ ଓ ହୋମିଓପ୍ୟାଥି ଚିକିତ୍ସା ଅଧିକାରୀଙ୍କୁ  ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । 

ଜିଲ୍ଲାପାଳଙ୍କ ପରାମର୍ଶ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିଷ୍ପତ୍ତି ଅନୁସାରେ ଏମାନଙ୍କୁ କୋରୋନା ସନ୍ଦିଗ୍ଧ ପାଇଁ ଉଦ୍ଦିଷ୍ଟ କ୍ୱାରେଂଟାଇନ୍ ଓ ଆଇସୋଲେସନ୍ କେନ୍ଦ୍ରରେ ଆବଶ୍ୟକ ସ୍ଥଳେ ନିୟୋଜିତ କରାଯିବ । ସାରା ରାଜ୍ୟରେ କାର୍ଯ୍ୟରତ ୧୬୨୦ ଆୟୁର୍ବେଦ ଓ ହୋମିଓପ୍ୟାଥି ଡାକ୍ତର, ପିଜି ଛାତ୍ରଛାତ୍ରୀ, ଦ୍ୱିତୀୟ ଓ ଶେଷ ବର୍ଷ ସ୍ନାତକ ଛାତ୍ରଛାତ୍ରୀଙ୍କୁ ତୁରନ୍ତ କୋଭିଡ଼-୧୯ ଚିକିତ୍ସା ଓ ଏବଂ ଆନୁସଙ୍ଗିକ କାର୍ଯ୍ୟ ପାଇଁ ତାଲିମ ଦେବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।